ଭୁବନେଶ୍ବର: ଓଡ଼ିଆ ସିନେମା ଦୁନିଆରୁ କିଛିଦିନର ବିରତି ପରେ ପୁଣି ଏକ ବଡ ପ୍ରୋଜେକ୍ଟ ବା ପରଦାରେ ଅଭିନୟର ଯାଦୁ ଦେଖାଇବେ ସୁପରଷ୍ଟାର ଅନୁଭବ । ଆଗକୁ ରାବଣ ସିନେମା ପ୍ରସ୍ତୁତି ହେବାକୁ ଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ଅନୁଭବ ମହାନ୍ତି । ସିନେମାଟି ଦୁଇଟି ପାର୍ଟରେ ପ୍ରସ୍ତୁତ ହେବ ବୋଲି କହିଛନ୍ତି ଅନୁଭବ । ସେହିପରି ଏଥର ହିରୋ ନୁହେଁ ବର ରିୟଲ ହିରୋଙ୍କୁ ନେଇ କରିବେ ରିୟାଲିଟି ଶୋ। ଏହି କାର୍ଯ୍ୟକ୍ରମର ନାଁ ଦାଦାଗିରି ହୃଦୟରୁ ରହିଛି । ଯାହା ଏକ ଘରୋଇ ଟିଭି ଚାନେଲରେ ଶନିବାର)ଠାରୁ ପ୍ରସାରିତ ହେବ ।
ଏଥିରେ ଅନୁଭବଙ୍କ ସହ ୩୦ ଟି ଜିଲ୍ଲାରୁ ପ୍ରତିଯୋଗୀ ସାମିଲ ହୋଇ ସେମାନଙ୍କ ଦାଦାଗିରି ଦେଖାଇବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁପରଷ୍ଟାର ଅନୁଭବ ମହାନ୍ତି ନିଜ ୧୮ ବର୍ଷର ଚିର ପରିଚିତ ରୂପକୁ ବଦଳାଇ ନୂଆ ରୂପରେ ଆସିବେ । ଛୋଟ ପରଦାର ଏହି କାର୍ଯ୍ୟକ୍ରମକୁ ନେଇ ଅନୁଭବ କହିଛନ୍ତି ଯେ, ଛୋଟ ଜିନିଷ ଯଦି ହୃଦୟରୁ ଭଲ ପାଇବା ନେଇ ହୋଇଥାଏ, ଏହା ଏକ ବିରାଟ ରୂପ ନେଇଥାଏ । ଛୋଟରୁ ଛୋଟ ସ୍ଵପ୍ନ ଦିନେ ସଫଳତାର ଶିଖର ଛୁଇଁଥାଏ । କେବଳ ବଡ଼ମାନଙ୍କଠୁ ନୁହେଁ ବେଳେବେଳେ ସ୍ପଟ ବଏଙ୍କ ଠାରୁ ମଧ୍ୟ କିଛି ଶିଖିବାକୁ ମିଳିଥାଏ । ରିୟାଲିଟି ସୋ ଦାଦାଗିରି ହୃଦୟରୁ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ