ETV Bharat / city

ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ବର ଆଉ ଏକ ଉଦାହରଣ: ଧର୍ମେନ୍ଦ୍ର

ଦେଶର ଭବିଷ୍ୟତକୁ ଉନ୍ନତିପଥରେ ଆଗେଇ ନେବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ଭାରତ ସରକାର । ଶିଶୁ ମାନଙ୍କ ଆର୍ଥିକ, ସ୍ଵାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବା ଲାଗି ଆରମ୍ଭ ହୋଇଛି ପିଏମ କେୟାର୍ସ ଫଣ୍ଡ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ବର ଆଉ ଏକ ଉଦାହରଣ: ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ବର ଆଉ ଏକ ଉଦାହରଣ: ଧର୍ମେନ୍ଦ୍ର
author img

By

Published : May 30, 2021, 7:03 AM IST

ଭୁବନେଶ୍ବର: କୋଭିଡ୍ ମହାମାରୀରେ ନିଜ ବାପା ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି । ସେମାନଙ୍କୁ ୧୮ ବର୍ଷ ବୟସରୁ ଷ୍ଟାଇପେଣ୍ଡ ଏବଂ ୨୩ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା, ସ୍ବାସ୍ଥ୍ୟ ସୁରକ୍ଷା ସହ ଅନ୍ୟାନ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ସମ୍ବେଦନଶୀଳ ନେତୃତ୍ଵର ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶର ଭବିଷ୍ୟତକୁ ଉନ୍ନତିପଥରେ ଆଗେଇ ନେବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ଭାରତ ସରକାର । ଭାରତର କୋଭିଡ୍ ବିରୋଧୀ ମୁକାବିଲାରେ ପିଏମ କେୟାର୍ସ ଫଣ୍ଡ ସହାୟକ ହୋଇଛି । ଦେଶରେ ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ଧର୍ମେନ୍ଦ୍ର ସ୍ବାଗତ କରିଛନ୍ତି ।

କୋଭିଡ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ୍ କାରଣରୁ ନିଜ ମାତାପିତା ସେମାନଙ୍କୁ ଜନ୍ମ ନେଉଥିବା ଅଭିଭାବକଙ୍କୁ ହରାଇଥିବା ଶିଶୁମାନଙ୍କୁ "ଶିଶୁଙ୍କ ଲାଗି ପିଏମ କେୟାର୍ସ” ଯୋଜନାରେ ଆର୍ଥିକ, ସ୍ଵାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.