ଭୁବନେଶ୍ବର: ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଭୁବନେଶ୍ବରରେ ଆଜି(ରବିବାର) 57 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ବାରେଣ୍ଟିନ ସେଣ୍ଟରରୁ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରୁ 44 ଜଣ କୋରୋନା ସଂକ୍ରମିତ ଚିହ୍ଟନ ହୋଇଛନ୍ତି। ଏହାସହ ଭୁବନେଶ୍ବରରେ 97 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗ ସୂଚନା ଦିଆଯାଇଛି।

କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା କୋରନା ସଂକ୍ରମିତଙ୍କ ମଧ୍ୟରେ 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଡୁମଡୁମା, 2ଜଣ ହଂସପାଳ, 2 ଜଣ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି। ଏହାସହ ଭୀମଟାଙ୍ଗି, ନୟାପଲ୍ଲୀ, ପଳାଶୁଣି ଓ ରସୁଲଗଡ଼ ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ସ୍ଥାନୀୟ ସଂକ୍ରମଣ 44 ଜଣଙ୍କ ମଧ୍ୟରୁ ସର୍ବାଧିକ 4 ଜଣ ବଡ଼ଗଡ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ଲକ୍ଷ୍ମୀ ସାଗର, ଝାରପଡ଼ା ଓ ପଟିଆରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ଜୟଦେବ ବିହାର, ପଳାସପଲି, ନୟାପଲ୍ଲୀ, ଶୈଳେଶ୍ରୀ ବିହାର ଓ ୟୁନିଟ 9 ଅଞ୍ଚଳରୁ 2 ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜଧାନୀ ରେ ମୋଟ ଆକ୍ରାନ୍ତ ସଂଖ୍ୟା 29 ହଜାର 704କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 181 ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାସହ 28 ହଜାର 670 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରେ 832 ସକ୍ରିୟ କୋରୋନା ସଂକ୍ରମିତ ରହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ