ETV Bharat / city

କୋରୋନାରୁ ସୁସ୍ଥ ହେଲେ 2 ହଜାରରୁ ଊର୍ଦ୍ଧ୍ବ

author img

By

Published : Apr 21, 2021, 8:47 PM IST

ଆଜି ରାଜ୍ୟରେ 2 ହଜାର 9 ଜଣ ସଂକ୍ରମିତ କୋରୋନା ମୁକ୍ତ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 51 ହଜାର 386ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୋରୋନାରୁ ମୁକ୍ତ ହେଲେ 2 ହଜାର 9 ସଂକ୍ରମିତ
କୋରୋନାରୁ ମୁକ୍ତ ହେଲେ 2 ହଜାର 9 ସଂକ୍ରମିତ

ଭୁବନେଶ୍ବର: ଆଜି(ବୁଧବାର) ରାଜ୍ୟରେ 2 ହଜାର 9 ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ନୂଆପଡା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ 274 ରହିଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 51 ହଜାର 386ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କୋରୋନାରୁ ସୁସ୍ଥ ହେଲେ 2 ହଜାରରୁ ଊର୍ଦ୍ଧ୍ବ
କୋରୋନାରୁ ସୁସ୍ଥ ହେଲେ 2 ହଜାରରୁ ଊର୍ଦ୍ଧ୍ବ

ନୂଆପଡାରେ ସୁସ୍ଥ ସଂଖ୍ୟା ସର୍ବାଧିକ ଥିବାବେଳେ କ୍ରମାନୁସାରେ ସୁନ୍ଦରଗଡରୁ 266 ଜଣ, ଖୋର୍ଦ୍ଧାରୁ 206, କେନ୍ଦୁଝରରୁ 152, ସମ୍ବଲପୁରରୁ 121, କଳାହାଣ୍ଡିରୁ 113, ବରଗଡରୁ 108, ପୁରୀରୁ 107, ବଲାଙ୍ଗୀରରୁ 88, ବାଲେଶ୍ବରରୁ 80, ଝାରସୁଗୁଡାରୁ 64, କଟକରୁ 57, ନବରଙ୍ଗପୁରରୁ 52, ଗଞ୍ଜାମରୁ 42, ଯାଜପୁରରୁ 33, ଦେବଗଡରୁ 31, ରାୟଗଡାରୁ 28, ମୟୂରଭଞ୍ଜରୁ 26, ଅନୁଗୋଳରୁ 20, ଗଜପତିରୁ 19, କନ୍ଧମାଳରୁ 15, ସୋନପୁରରୁ 14, ଜଗତସିଂହପୁରରୁ 13, ଭଦ୍ରକରୁ 11, କୋରାପୁଟରୁ 9, ନୟାଗଡରୁ 8, ଢେଙ୍କାନାଳରୁ 3, କେନ୍ଦ୍ରାପଡାରୁ 2 ଏବଂ ମାଲକାନଗିରିରୁ ସର୍ବନିମ୍ନ ଜଣେ ସଂକ୍ରମିତ କୋରୋନା ମୁକ୍ତ ହୋଇଛନ୍ତି । ସେହିପରି ଷ୍ଟେଟପୁଲ ସୁସ୍ଥସଂଖ୍ୟା 46 ରହିଛି ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବ୍ୟାପକ ହେଉଛି । ଆଜି ଭୁବନେଶ୍ବରରୁ 476 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 140 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.