ଭୁବନେଶ୍ବର: ନବୀନ ନିବାସକୁ ଆସିଲା ବେନାମୀ ଚିଠି । ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର ! ଏହାକୁ ନେଇ ବର୍ତ୍ତମାନ ପ୍ରଶାସନ ଏବଂ ରାଜ୍ୟ ପୋଲିସ ବିଭାଗର ନିଦ ଉଡ଼ି ଯାଇଛି । ଚିଠିଟି ମୁଖ୍ୟମନ୍ତ୍ରୀଙ୍କ ପାଖକୁ କିଭଳି ଆସିଲା । ସେନେଇ କୌଣସି ତଥ୍ୟ ମିଳିପାରିନାହିଁ। କିଏ, କେବେ ଓ କେଉଁଠୁ ଏ ଚିଠି ପଠାଇଛି, ସେନେଇ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
![a unknown letter came to nivas nivas where chief minister murder plan informed](https://etvbharatimages.akamaized.net/etvbharat/prod-images/od-bbs-05-cmletterthrettomurder-avo-7202263_07012021204718_0701f_1610032638_75.jpg)
ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି ସୁପାରୀ କିଲର ଟଙ୍କା ନେଇଥିବା ଚିଠିରେ ଉଲ୍ଲେଖ ରହିଛି । ସୁପାରୀକିଲର ବିଭିନ୍ନ ରାଜ୍ୟର ରେଜିଷ୍ଟ୍ରେସନ ଥିବା 17ଟି ଗାଡ଼ି ଧରି ବୁଲୁଛନ୍ତି । ଏହାସହ ସେମାନଙ୍କ ପାଖରେ ଏକେ-47 ଭଳି ଅତ୍ୟାଧୁନିକ ହତିଆର ରହିଥିବା ନେଇ ଚିଠିରେ ଲେଖା ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ହତ୍ୟାକୁ ନେଇ ଚିଠି ମିଳିବା ପରେ ବର୍ତ୍ତମାନ ଗୃହ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ପୋଲିସ ନିର୍ଦ୍ଦେଶକ ଅଭୟ ଓ କମିଶନରେଟ ପୋଲିସକୁ ଏନେଇ ଅବଗତ କରାଇଛି ରାଜ୍ୟ ଗୃହ ବିଭାଗ ।
![a unknown letter came to nivas nivas where chief minister murder plan informed](https://etvbharatimages.akamaized.net/etvbharat/prod-images/od-bbs-05-cmletterthrettomurder-avo-7202263_07012021204718_0701f_1610032638_290.jpg)
ଅଜଣା ଚିଠିକୁ ନେଇ ପ୍ରଶାସନ ସତର୍କ ରହିଛି । ଯଥାଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ନବୀନ ନିବାସ ଦେଇ ଯାଇଥିବା ରାସ୍ତାରେ କଡ଼ା ନଜର ରଖାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ