ଭୁବନେଶର: ଆଜି(ମଙ୍ଗଳବାର) ଓଡ଼ିଶା ଲଳିତକଳା ଏକାଡ଼େମୀର ୨୦୨୦-୨୧ ମସିହା ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ 8ଜଣ ଶିଳ୍ପୀଙ୍କ ନାମ ଘୋଷଣା ହୋଇଛି। ଚଳିତବର୍ଷ ୩୯ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ ଜଣ ଶିଳ୍ପୀମାନଙ୍କ ଠାରୁ ୮୨୯ ଗୋଟି କଳାକୃତିର ଫଟୋଗ୍ରାଫ ଗ୍ରହଣ କରାଯାଇଛି ।
ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳୀଙ୍କ ସୁପାରିଶ ଅନୁସାରେ, ୨୭ ଜଣ ଶିଳ୍ପୀ ସେମାନଙ୍କର କଳାକୃତି ଏକାଡ଼େମୀ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟ ବିଚାରକ ମଣ୍ଡଳୀ ତନ୍ମଧ୍ୟରୁ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରାଯାଇଛି ।
ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଶିଳ୍ପୀମାନେ ହେଲେ- ଭାସ୍କର୍ଯ୍ୟରେ ବିଶ୍ବରଞ୍ଜନ କର ଏବଂ ସୁଧୁରଞ୍ଜନ ମହାରଥା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ବାଇଁ, ଡ୍ରଇଂରେ ବିକାଶ ଚନ୍ଦ୍ର ସେନାପତି, ଜଳଙ୍ଗଗରେ ସୂର୍ଯ୍ୟକାର ପାଇଁ, ଚିତ୍ରରେ ଅନୁପ କୁମାର , ଜ୍ୟୋତି ପ୍ରକାଶ ଯେ, ପାରମ୍ପରିକ ଚିତ୍ରରେ ପ୍ରମୋଦ କୁମାର ମହାରଣାଙ୍କ ନାମ ଘୋଷଣା କରାଯାଇଛି ।
ଚଳିତମାସ ଶେଷସୁଦ୍ଧା ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ ଶିଷ୍ୟମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ର ଫଳକ, ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯିବ । ଏହି ଅବସରରେ ଏକାଡ଼େମୀ ତରଫରୁ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତି ଗୁଡ଼ିକର ଏକ ସଙ୍ଗୀନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ