ଭୁବନେଶ୍ବର: ଷୋଡଶ ବିଧାନସଭା (Odisha assembly Winter Session) ଅଷ୍ଟମ ଅଧିବେଶନର ଆଜି ଥିଲା ଚତୁର୍ଥ ଦିବସ । ଏହି ଅଧିବେଶନକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ଆଶା ରହିଛି । ହେଲେ ଲୋକ ପ୍ରତିନିଧି ମାନେ ନିଜି ନିଜ ରାଜନୈତିକ ମାଇଲେଜ ପାଇଁ ମାତିଛନ୍ତି ଗଣତନ୍ତ୍ରର ମନ୍ଦିରରେ । କିଏ କେତେ ଚର୍ଚ୍ଚାରେ ରହିବ ? କେଉଁ ଦଳକୁ ବ୍ୟାକଫୁଟକୁ ଠେଲି ହେବ କେଉଁ ଦଳ ଫ୍ରଣ୍ଟଫୁଟକୁ ଆସିବ ତାହାର ଲାଗିରହିଛି ପ୍ରତିଯୋଗିତା ।
ବହୁ ଚର୍ଚ୍ଚିତ କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ (Mamita Meher murder) କୁ ନେଇ ହୁଲୁସ୍ତୁଲ ବିଧାନସଭା (Odisha assembly) । ଆଜି ଶନିବାର ଚତୁର୍ଥ ଦିନରେ ମଧ୍ୟ ଧୋଇଗଲା ବିଧାନସଭାର ସମସ୍ତ କାର୍ଯ୍ୟ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଧାନସଭାରେ ସୃଷ୍ଟି ହେଲା ଏକ ଭିନ୍ନ ପରିବେଶ । ତର୍କ ବିତର୍କ ପ୍ରଶ୍ନ ଉତ୍ତର ବଦଳରେ ଶୁଭିଲା ଓମ ଶାନ୍ତି ମନ୍ତ୍ର । ଟେବୁଲ ଶବ୍ଦ ବଦଳରେ ଶୁଭିଲା ଘଣ୍ଟ ଶଙ୍ଖର ଶବ୍ଦ । ଆଉ ଗୃହରେ ପୂଜକ ସାଜିଲେ ଖୋଦ ବିଧାୟକ ତାରା ବାହୀନି ପତି (Congress Mla Tara Bahini Pati) । ପୂରା ପୂଜକ ବେଶରେ ଆସି, ଗୃହରେ ଆରମ୍ଭ କରିଦେଲେ ପୂଜା ପାଠ ସହ ଗଙ୍ଗାଜଳ ଛିଞ୍ଚନ (Congress MLA Sprinkles Ganga Jal To Purify Odisha Assembly Floor) ... ଆଉ ତାରାଙ୍କୁ ତାଳ ଦେଇ ସହଯୋଗୀ ବିଧାୟକ ମାନେ ମଧ୍ୟ ବଜାଇବାରେ ଲାଗିଲେ ଘଣ୍ଟ ଶଙ୍ଖ ।
ସେପଟେ ବିଜେପି ବିଧାୟକ ମାନେ ମଧ୍ୟ ଆସିଥିଲେ ପୁରା ପ୍ରସ୍ତୁତରେ । କଂଗ୍ରେସ ବିଧାୟକଙ୍କ ସହ ବିଜେପି ସଦସ୍ୟ ବି ‘ୱେଲ’ କୁ ଆସି ପ୍ରଦର୍ଶନ କରିଥିଲେ ଗୋ ବ୍ୟାକ ମିନିଷ୍ଟର, ସହ ନାରାବାଜି । ଆଉ ନିରୁପାୟ ବାଚସ୍ପତି ଶେଷରେ ଗୃହକୁ ମୁଲତବୀ କରିଦେଲେ । ଘଟଣାକୁ ନେଇ ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ ( Deputy Leader Oppositions Bishnu Setgy) କହିଛନ୍ତି ସୋମବାର ଠାରୁ ବିଧାନସଭାରେ ବହିବ ସୁପର ସାଇକ୍ଲୋନ । ମମିତା ଝଡ ମହାବାତ୍ୟାରେ ହେବ ପରିଣତ । ଯେ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତିବାଦ ଜାରି ରହିବ । ସୋମବାର ଠାରୁ ପ୍ରତିବାଦ ଭିନ୍ନ ଢଙ୍ଗରେ ବ୍ୟାପକ କରାଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି।
ଅନ୍ୟପଟେ ବିରୋଧୀଙ୍କ ଏହି ଶଣ୍ଢୁଆସି ଆକ୍ରମଣକୁ ଡିଫେଣ୍ଡି କରିବାକୁ ପୁରା ଦମ ଲଗାଇ ଦେଇଛି ଶାସକ ଦଳ । ବିଜେଡିର ବରିଷ୍ଠ ବିଧାୟକ ଶଶୀ ଭୂଷଣ ବେହେରା (Bjd Mla ShasiBhusan Behera) କହିଛନ୍ତି, ବିରୋଧୀଙ୍କ ଏପରି ପ୍ରତିବାଦ ରାଜ୍ୟବାସୀଙ୍କୁ ବିସ୍ମିତ କରୁଥିବ । ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ବିବୃତ୍ତି ଦେଇ କହିଛନ୍ତି କୌଣସି ଦୋଷୀକୁ କ୍ଷମା ଦିଆଯିବ ନାହିଁ। ନ୍ୟାୟିକ ବ୍ୟବସ୍ଥାରେ ଘଟଣାର ତଦନ୍ତ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି (Chief Minister Statement) ପରେ ବିରୋଧୀ ଗୃହ କାର୍ଯ୍ୟରେ ସହଯୋଗ କରିବେ ବୋଲି ଆଶା କରାଯାଉଥିଲା । ରାଜ୍ୟର ଆହୁରି ଅନେକ ପ୍ରସଙ୍ଗ ଅଛି । ବିରୋଧୀଙ୍କ ପାଇଁ ବୋଧହୁଏ ଏହା ଗୁରୁତ୍ବ ରଖୁନାହିଁ ? ଅଛି କିନ୍ତୁ ଏକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ବିରୋଧୀଙ୍କ ଆଚରଣ ଅନ୍ୟ ପ୍ରସଙ୍ଗ ଗୁରୁତ୍ବ ରଖୁନାହିଁ। ବିରୋଧୀଙ୍କ ଏଭଳି ଆଚରଣ ଓଡିଶାବାସୀଙ୍କୁ ଉପହାସ ପରି ଲାଗୁଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ