ETV Bharat / city

ଆରମ୍ଭ ହେଲା ସର୍ବଦଳୀୟ ବୈଠକ; 6ଟି ପ୍ରସଙ୍ଗରେ ହେବ ଆଲୋଚନା - ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପ୍ରସ୍ତୁତି ନେଇ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ସର୍ବଦଳୀୟ ବୈଠକ; 6ଟି ପ୍ରସଙ୍ଗରେ ହେବ ଆଲୋଚନା

author img

By

Published : Nov 6, 2021, 11:34 AM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ 6ଟି ଏଜେଣ୍ଡା ଉପରେ ଆଲୋଚନା ହେବ ।

ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ଅବଧି, ଗ୍ରାମ ପଞ୍ଚାୟତର ପୁନଃଗଠନ, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟ ଗ୍ରହଣ ସମୟ ଅବଧି, ନିର୍ବାଚନ ଖର୍ଚ୍ଚ ଓ ଯାନ ବାହାନ ଉପରେ ବିସ୍ତୃତ ଆଲୋଚନା ହେବ । ଏଥର ଡୁପ୍ଲିକେଟ ଭୋଟର ଆଇଡିକୁ ଧରିବା ପାଇଁ କ୍ରମିକ ନମ୍ବର ରହିବ ।

ପୂର୍ବ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁ ଖର୍ଚ୍ଚ ଓ ସମୟ ଅବଧି ଥିଲା ତାହା ରଖାଯାଇଛି । ଜିଲ୍ଲା ପରିଷଦ 2 ଲକ୍ଷ, ସମିତି ସଭ୍ୟ 80 ହଜାର ଓ ସରପଞ୍ଚ 80 ହଜାର ଟଙ୍କା ଖର୍ଚ୍ଚ କରିପାରିବାର ନିୟମ ରହିଥିଲା । ତେବେ ଏହି ଦିଗ ଉପରେ ବିଭିନ୍ନ ଦଳ ସେମାନଙ୍କର ପ୍ରସ୍ତାଵ ରଖିବେ । ସେପଟେ ଛୋଟ ଛୋଟ ରାଜନୈତିକ ଦଳମାନେ 6 ମାସ ପୂର୍ବରୁ ସିମ୍ବଲ ଦିଆଯାଉ ବୋଲି ଦାବି ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.