ଭୁବନେଶ୍ବର: ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପାଇଁ ବିଧାନସଭାରେ ବସିଛି ଏହି ସର୍ବଦଳୀୟ ବୈଠକ ।
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଅଛନ୍ତି । କୋରୋନା କଟକଣା ଭିତରେ କେମିତି ଗୃହ କାର୍ଯ୍ୟ ଚାଲିବ ସେ ନେଇ ହେବ ବିସ୍ତୃତ ଆଲୋଚନା । ଏହାସହ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ।
ଚଳିତ ମୌସୁମୀ ଅଧିବେଶନରେ ସର୍ବମୋଟ 8ଟି କାର୍ଯ୍ୟ ଦିବସ ରହିଛି । ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ