ଭୁବନେଶ୍ବର: ସ୍ପୋର୍ଟସ କ୍ୟାପିଟାଲକୁ ଆଉ ଏକ ଉପଲବ୍ଧି । ଭୁବନେଶ୍ବରରେ ଆୟୋଜନ ହେବ ଅଲ ଇଣ୍ଡିଆ ଫରେଷ୍ଟ ସ୍ପୋର୍ଟସ ମିଟ୍ । ଏଥିରେ ଭାଗ ନେବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବନବିଭାଗ କର୍ମଚାରୀ । ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏହି ସ୍ପୋର୍ଟସ ମିଟ୍ । ଯାହା ମାର୍ଚ୍ଚ 3ରୁ ଆରମ୍ଭ ହୋଇ 7 ପର୍ଯ୍ୟନ୍ତ ଚାଲିବ ।
ଚଳିତ ବର୍ଷ 2600 ଖେଳାଳି ଭାଗ ନେବେ । ଏହି ପ୍ରତିଯୋଗିତାରେ ମୁଖ୍ୟତଃ ତୀରନ୍ଦାଜ, ବ୍ୟାଡମିଣ୍ଟନ, ବାସ୍କେଟ ବଲ୍, ବିଲିଆଡସ୍, ଚେସ୍, କ୍ରିକେଟ, ସାଇକ୍ଲିଂ, ଫୁଟବଲ, ଗଲ୍ଫ, ହକି, କବାଡି, ଟେନିସ୍, ସୁଟିଂ, ସ୍ନୁକର, ସ୍କ୍ବାସ, ସୁଇମିଂ ଆଦି ଖେଳ ହେବ । ତେବେ କିଟ୍ ଷ୍ଟାଡିୟମରେ ହେବ ଆର୍ଚରୀ ଓ ଲନ୍ ଟେନିସ, ସାଇ ଇଣ୍ଟରନେସନାଲ ସ୍କୁଲରେ କ୍ୟାରମ୍ ଚେସ, ବ୍ୟାଡମିଣ୍ଟନ ଆଦି ଖେଳ ହେବ । ସେହିପରି ଫୁଟବଲ ମ୍ୟାଚ ଉତ୍କଳ ବିଶ୍ଵବିଦ୍ୟାଳୟରେ ହେବ ।
ପ୍ରକାଶ ଯେ, 1992ରେ ପ୍ରଥମେ ହାଇଦ୍ରାବାଦରେ ହୋଇଥିଲା ଅଲ ଇଣ୍ଡିଆ ଫରେଷ୍ଟ ମିଟ୍ । ଏହାର ୨୫ତମ ସଂସ୍କରଣ ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ୭ ମାର୍ଚ୍ଚରେ ଶେଷ ହେବ । ବନବିଭାଗରେ କାର୍ଯ୍ୟରତ ଥିବା ଅଫିସର ଓ ଷ୍ଟାପ ମାନଙ୍କ ମଧ୍ୟରେ କ୍ରିଡାର ପ୍ରସାର ପାଇଁ ଏଭଳି ଖେଳର ଆୟୋଜନ କରାଯାଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ