ETV Bharat / city

ସରିଲା ୫ ଦିନିଆ ରିମାଣ୍ଡ, ଜେଲ ଗଲେ ଆକାଶ ପାଠକ

author img

By

Published : Dec 16, 2020, 4:44 PM IST

Updated : Dec 16, 2020, 7:06 PM IST

akash pathak appears in court after end of 5 days remand akash was arrested in money laundering case
ସରିଲା ୫ ଦିନିଆ ରିମାଣ୍ଡ, ଆକାଶ ପାଠକ କୋର୍ଟରେ ହାଜର

18:17 December 16

16:34 December 16

ସରିଲା ୫ ଦିନିଆ ରିମାଣ୍ଡ, ଜେଲ ଗଲେ ଆକାଶ ପାଠକ

ସରିଲା ୫ ଦିନିଆ ରିମାଣ୍ଡ, ଆକାଶ ପାଠକ କୋର୍ଟରେ ହାଜର

ଭୁବନେଶ୍ବର: ଝାରପଡ଼ା ଜେଲ ଗଲେ ଆକାଶ ପାଠକ।  ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି(ବୁଧବାର) କ୍ରାଇମବ୍ରାଞ୍ଚ ଟିମ ଆକାଶକୁ କୋର୍ଟରେ ହାଜର କରାଇଥିଲେ। ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏସଡିଜିଏମ କୋର୍ଟରେ ହାଜର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଆୟ ବହିର୍ଭୁତ ଠୁଳ କରିବା ଅଭିଯୋଗରେ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ପ୍ରଥମେ ଗିରଫ ହୋଇଥିଲେ । ଏହାପରେ ଛାନଭିନ ବେଳେ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ନିଜକୁ ଟାଟା କମ୍ପାନୀ ଏମଡି ଦର୍ଶାଇ ବହୁ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏହାସହ ଆକାଶଙ୍କ ଭୁବନେଶ୍ବର ଓ ପୁଣେରେ ଥିବା ୩ଟି ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇଥିଲା। ଆକାଶଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଥିଲା।  

ଏହି ଅର୍ଥ କେଳେଙ୍କାରୀ ଘଟଣାର ତଦନ୍ତ ପାଇଁ କ୍ରାଇବ୍ରାଞ୍ଚର ଡିଏସପି ବିକାଶ ବେହୁରାଙ୍କ ନେତୃତ୍ବରେ ଏକ 7 ଜଣିଆ ଟିମ ଗଠନ କରାଯାଇଥିଲା। ଏହି ମାମଲାର ଖୋଳତାଡ କରିଥିଲା ତଦନ୍ତକାରୀ ଟିମ।  ସହରର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇପିଏସ ମେସ ପରିସରରେ ଟିମ ତଦନ୍ତ ଆରମ୍ଭ କରିଥିଲା।  ଏନେଇ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଅମିତେନ୍ଦ୍ର ନାଥ ସିଂହ ସୂଚନା ଦେଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 16, 2020, 7:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.