ETV Bharat / city

ଓଡିଶା ରାଜ୍ୟ ସଂଗ୍ରହାଳୟରେ ‘ଆଜାଦୀ କା ଅମୃତ’ ମହୋତ୍ସବ - Odisha State Museum

ଭାରତବର୍ଷର ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି ଆଜାଦୀ କା ଅମୃତ ମହୋତ୍ସବ । ଏଠାରେ ଗାନ୍ଧିଜୀଙ୍କର ଅନେକ ଫଟୋ ଏକାଠି କରି ଏକ ଫଟୋ ପ୍ରଦର୍ଶନୀ ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ....

ଓଡିଶା ରାଜ୍ୟ ସଂଗ୍ରହାଳୟରେ ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ
ଓଡିଶା ରାଜ୍ୟ ସଂଗ୍ରହାଳୟରେ ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ
author img

By

Published : Aug 14, 2021, 8:52 AM IST

ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ଓଡିଶା ରାଜ୍ୟ ସଂଗ୍ରହାଳୟରେ ଆଜାଦୀ କା ଅମୃତ ମହୋତ୍ସବ । ଭାରତବର୍ଷର ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଏହି ଉତ୍ସବ ପାଳନ କରି ସ୍ବାଧୀନତା ସଂଗ୍ରାମୀମାନଙ୍କ ବୀରତ୍ବକୁ ଓଡିଆ ଜାତି ଭିତରେ ପୁଣି ଥରେ ଉଜ୍ଜିବୀତ କରିବା ପାଇଁ ପ୍ରୟାସ କରାଯାଇଛି । ରାଜ୍ୟ ସଂଗ୍ରହାଳୟରେ ଗାନ୍ଧିଜୀଙ୍କର ଅନେକ ଫଟୋ ଏକାଠି କରି ଏକ ଫଟୋ ପ୍ରଦର୍ଶନୀ କରାଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ସୁରେଶ କୁମାର ଦଳାଇ ଉଦଘାଟନ କରିଥିଲେ ।

ଓଡିଶା ରାଜ୍ୟ ସଂଗ୍ରହାଳୟରେ ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ

ଏହାପରେ ଅତିଥିମାନେ ଗାନ୍ଧୀଙ୍କ ସମସ୍ତ ଫଟୋ ବୁଲି ଦେଖିଥିଲେ । ଏବଂ ପରେ ସ୍ବାଧୀନ ଭାରତ ଓ ଗାନ୍ଧିଜୀଙ୍କ ଓଡିଶା ଗସ୍ତ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ ପ୍ରତି ନାଗରିକଙ୍କର କର୍ତ୍ତବ୍ୟ ବୁଝାଇଥିଲେ ।

ଏପଟେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ ଯୋଗ ଦେଇ ଗାନ୍ଧୀଜିଙ୍କ ଓଡିଶା ଆଗମନ ବିଷୟରେ ବିଶେଷ ଆଲୋକପାତ କରିଥିଲେ । ଯୁବ ସମାଜ ଏବେ ଗାନ୍ଧୀଜିଙ୍କ ଆର୍ଦଶରେ ଅନୁପ୍ରାଣିତ ହେବା ପାଇଁ ସେ ଆହ୍ବାନ ଦେଇଥିଲେ । ଏବଂ ଗାନ୍ଧୀବାଦର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.