ETV Bharat / city

ସ୍ବାଭାବିକ ହେଉଛି ବିମାନ ଚଳାଚଳ, ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା - ସ୍ବାଭାବିକ ହେଉଛି ବିମାନ ଚଳାଚଳ

ଦୀର୍ଘ ଦିନର ଲକଡାଉନ ପରେ ସୁଧୁରୁଛି ରାଜ୍ୟର ପରିସ୍ଥିତି । ପୁଣି ନିଜ ନିଜ କର୍ମକ୍ଷେତ୍ର ଅଭିମୁଖେ ଯାତ୍ରା କରୁଛନ୍ତି ଲୋକେ। ଆଉ ଏହି ସମୟରେ ବିମାନରେ ବେଶି ଲୋକ ଯାତ୍ରା କରିବା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସ୍ବାଭାବିକ ହେଉଛି ବିମାନ ଚଳାଚଳ, ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

author img

By

Published : Oct 1, 2020, 6:23 PM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା। ଆଉ ଏପରି କ୍ଷେତ୍ରରେ ବିମାନ ସେବା ସ୍ବାଭାବିକ ହୋଇଥିବାବେଳେ, ଯାତ୍ରୀମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକଡାଉନ କାରଣରୁ ଫସି ରହିଥିବା ଯାତ୍ରୀ ଏବେ ଘର ବାହୁଡା କରୁଥିବାବେଳେ, ଆଉ କିଛି ନିଜ କର୍ମକ୍ଷେତ୍ର ଅଭିମୁଖେ ଯାତ୍ରା କରୁଛନ୍ତି। ଅନ୍ୟପଟେ ବଢୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ନଜରରେ ରଖି ବିମାନବନ୍ଦର କତ୍ତୃପକ୍ଷଙ୍କ ପକ୍ଷରୁ କୋଭିଡ ନିୟମକୁ ମଧ୍ୟ କଡାକଡି ଭାବେ ପାଳନ କରାଯାଉଛି । ବିମାନ ବନ୍ଦରରେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସାମାଜିକ ଦୂରତା ପାଳନ କରିବା ସହ କର୍ମଚାରୀମାନେ ଯାତ୍ରୀଙ୍କ ସମସ୍ତ ଲଗେଜକୁ ସାନିଟାଇଜ କରୁଛନ୍ତି । ଯାତ୍ରୀ ମାନଙ୍କର ସୁବିଧା ପାଇଁ ବିମାନ ଉଡାଣ ସମ୍ପର୍କରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି । ଯାତ୍ରୀମାନେ ମଧ୍ୟ ନିଜ ପକ୍ଷରୁ ସତର୍କ ରହିବା ସହ ସମସ୍ତ ସୁରକ୍ଷା କିଟ ପାଖରେ ରଖିଛନ୍ତି। ଅନ୍ୟପଟେ ବିମାନବନ୍ଦରରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ବିମାନରେ ବସିବା ପର୍ଯ୍ୟନ୍ତ କୋଭିଡ ନିୟମ ଗୁଡିକୁ ଯାତ୍ରୀଙ୍କୁ ପାଳନ କରିବାକୁ କୁହାଯାଉଛି ।

ସ୍ବାଭାବିକ ହେଉଛି ବିମାନ ଚଳାଚଳ, ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ଗତ ମେ' ମାସରୁ ବିମାନ ସେବା ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ଯାତ୍ରୀଙ୍କର ସଂଖ୍ୟା ବଢିବାରେ ଲାଗିଛି। ବିମାନବନ୍ଦର କତ୍ତୃପକ୍ଷଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜୁନ ମାସରେ ସମୁଦାୟ ବିମାନ 604ଟି ଚଳାଚଳ କରିଥିବାବେଳେ, ଏଥିରେ 61758 ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ସେହିପରି ଜୁଲାଇରେ 646 ଟି ବିମାନରେ 63806 ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଅଗଷ୍ଟରେ 817ଟି ବିମାନ ଚଳାଚଳ କରିଛି, ସେଥିରେ 92105 ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ତେବେ ସେପ୍ଟେମ୍ବର ମାସ 21 ତାରିଖ ସୁଦ୍ଧା 781ଟି ବିମାନ ଚଳାଚଳ କରିଥିବାବେଳେ 96804 ଜଣ ଯାତ୍ରୀ ବିମାନ ଯୋଗେ ଯାତ୍ରା କରିଛନ୍ତି ।

ଦୈନିକ ଭୁବନେଶ୍ବରରୁ ଦେଶର ବିଭିନ୍ନ ଛୋଟ ବଡ ସହରକୁ ଯାତ୍ରା କରିଥାଏ ବିମାନ। ସେଥିମଧ୍ୟରୁ ଭୁବନେଶ୍ବରରୁ ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକତା ଆଦି ସହର ରହିଛି । ଅନ୍ୟ ସହରକୁ ମଧ୍ୟ ବିମାନ ସେବା ଯୋଗାଇଦିଆଯାଉଛି କିନ୍ତୁ କୋଭିଡ ହେତୁ ଏହାକୁ ଅନେକ ସ୍ତରରେ ବାତିଲ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.