ETV Bharat / city

Mallikarjun Kharge In Bhubaneswar: ଉଦୟପୁର ପ୍ରସ୍ତାବ କାର୍ଯ୍ୟାକାରୀ କରିବା ମୋର ଏଜେଣ୍ଡା: ଖଡଗେ

ଅଖିଲ ଭାରତୀୟ କଂଗ୍ରେସ କମିଟି ସଭାପତି ନିର୍ବାଚନ (Aicc President Election) । ଏଆଇସିସି ସଭାପତି ପ୍ରାର୍ଥି ମଲ୍ଲିକାର୍ଜୁନ ଖଡଗେ (Mallikarjun kharge in Odisha) ଆଜି ଓଡିଶା ଗସ୍ତରେ ଆସି ରାଜ୍ୟ କଂଗ୍ରେସ ନେତାଙ୍କୁ ସାକ୍ଷାତ କରି ନିଜ ସପକ୍ଷରେ ସମର୍ଥନ ଲୋଡିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 14, 2022, 7:48 PM IST

ଭୁବନେଶ୍ବର: ଅଖିଲ ଭାରତୀୟ କଂଗ୍ରେସ କମିଟି ସଭାପତି ନିର୍ବାଚନ (Aicc President Election) । ପ୍ରାର୍ଥି ମଲ୍ଲିକାର୍ଜୁନ ଖଡଗେ (Mallikarjun kharge in Odisha) ଆଜି ଓଡିଶା ଗସ୍ତରେ ଆସି ରାଜ୍ୟ କଂଗ୍ରେସ ନେତାଙ୍କୁ ସାକ୍ଷାତ କରି ନିଜ ସପକ୍ଷରେ ସମର୍ଥନ ଲୋଡିଛନ୍ତି ।

Mallikarjun Kharge In Bhubaneswar: ଉଦୟପୁର ପ୍ରସ୍ତାବ କାର୍ଯ୍ୟାକାରୀ କରିବା ମୋର ଏଜେଣ୍ଡା: ଖଡଗେ

ଏନେଇ ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ଖଡଗେ କହିଛନ୍ତି ଦୀର୍ଘ 50 ବର୍ଷ ଧରି ରାଜନୀତିରେ ଅଛି । ତୃଣମୂଳ ସ୍ତରରୁ ଆସିଛି । ଗାନ୍ଧୀ ପରିବାରରୁ କୌଣସି ସଦସ୍ୟ କଂଗ୍ରେସ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି ହେବା ପରେ ବିଭିନ୍ନ ରାଜ୍ୟର ଅନୁରୋଧ କ୍ରମେ ମୁଁ ସଭାପତି ପ୍ରାର୍ଥୀ ହୋଇଛି । ମୁଁ ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ ସମର୍ଥନ ମାଗିବାକୁ ଆସିଛ । ସମସ୍ତଙ୍କର ପ୍ରୋତ୍ସାହନରେ ମୁଁ ପ୍ରାର୍ଥି ହୋଇଛି ।

କାରଣ ମୁଁ ଚିନ୍ତାକଲି ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବି ନାହିଁ, ଦଳରେ ବାର୍ତ୍ତା ଯିବ ମୁଁ କେବଳ ମୋ କଥା ଚିନ୍ତା କରୁଛି । ଦେଶ କି କଂଗ୍ରେସ କଥା ଚିନ୍ତା କରୁନାହିଁ । ରାଜ୍ୟସଭା ବିରୋଧୀ ଦଳନେତା ପଦ ଛାଡି ମୁଁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନିର୍ଣ୍ଣୟ ନେଇଛି । ସେହିପରି ଖଡଗେ କହିଛନ୍ତି ଉଦୟପୁରରେ ହୋଇଥିବା ଚିନ୍ତନ ଶିବିରରେ କମିଟି ଗୁଡିକ ଦ୍ଵାରା ନିଆଯାଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବା ହିଁ ମୋର ଏଜେଣ୍ଡା । ରାଜନୀତିରେ 50 ବର୍ଷରୁ କମ ବୟସ୍କ ଯୁବକମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ ।

ସେହିଭଳି ଅନ୍ୟତମ କଂଗ୍ରେସ ସଭାପତି ପ୍ରାର୍ଥୀ ଶଶୀ ଥରୁରଙ୍କ ସମ୍ପର୍କରେ ଖଡଗେ କହିଛନ୍ତି ମୁଁ ବି ପ୍ରାର୍ଥି ହୋଇଛି, ସେ ମଧ୍ଯ ପ୍ରାର୍ଥି ହୋଇଛନ୍ତି । ଆମ ଭିତରେ କିଛି ବି ମନାନ୍ତର କି ମତାନ୍ତର ନାହିଁ । ଏହା ହେଉଛି ନିର୍ବାଚନର ଗୋଟିଏ ପ୍ରକ୍ରିୟା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.