ଭୁବନେଶ୍ବର: ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ସଂକ୍ରମଣରେ ହ୍ରାସ ପାଉଥିଲେ ହେଁ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବେ ଲାଗିଛି । ଗତ 24 ଘଣ୍ଟାରେ ପୁଣି 12 ଜଣଙ୍କ ଜୀବନ ନେଇଛି ମହାମାରୀ । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 1495 କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦେଇଛି ।
ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତ ଆଜି ଆଖି ବୁଜିଛନ୍ତି । 55 ଓ 52 ଦୁଇ ଜଣ ମହିଳା ଯିଏ କି ପୂର୍ବରୁ ବିଭିନ୍ନ ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ 51 ବର୍ଷୀୟ ପୁରୁଷ ରହିଛନ୍ତି ।
ଭୁବନେଶ୍ବର ଓ ଢେଙ୍କାନାଳ ଜିଲ୍ଲାରୁ 2 ଜଣ ଏବଂ ଅନୁଗୋଳ, ପୁରୀ, କୋରାପୁଟସ କନ୍ଧମାଳ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ