ETV Bharat / city

ଟ୍ରାଫିକ କଟକଣା କୋହଳ, ଏହି ନିୟମ ଉଲଙ୍ଘନ କଲେ ଗଣିବେ ଫାଇନ...

author img

By

Published : Nov 29, 2019, 8:49 PM IST

ପୁଣି ତିନି ମାସ କୋହଳ ହେଲା ଟ୍ରାଫିକ ନିୟମ । ହେଲେ ଜାଣନ୍ତୁ କେଉଁ ନିୟମ ଉଲଙ୍ଘନ କଲେ ଦେବାକୁ ପଡିବ ଫାଇନ ।

new traffic rule
ପୁଣି ତିନି ମାସ କୋହଳ ହେଲା ଟ୍ରାଫିକ ନିୟମ, ହେଲେ ଏହି ନିୟମ ଉଲଙ୍ଘନ କଲେ ଗଣିବେ ଫାଇନ...

ଭୁବନେଶ୍ବର: ଡିସେମ୍ବର 1 ତାରିଖରୁ ସାରା ରାଜ୍ୟରେ ନୂଆ ମୋଟରଯାନ ନିୟମ ଲାଗୁ ହେବାର ଥିଲା । ହେଲେ ଆବଶ୍ୟକୀୟ ଭିତ୍ତିଭୂମିକୁ ନଜରରେ ରଖି ଏହି ନୂଆ ଆଇନ ଲାଗୁ କରିବା ପାଇଁ 3ମାସ ସମୟ ଦେଇଛନ୍ତି ରାଜ୍ୟ ସରକାର । ତେବେ କାଗଜପତ୍ର ପ୍ରସ୍ତୁତି ପାଇଁ 3 ମାସ ଡେଡଲାଇନ ବୃଦ୍ଧି ହୋଇଥିବାବେଳେ, ଡିସେମ୍ବର 1ରୁ ଏହି ସବୁ ଟ୍ରାଫିକ ନିୟମ ଉପରେ କଟକଣା ରହିବ ।

  • ହେଲମେଟ୍ ଓ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିଲେ ଫାଇନ ଦେବାକୁ ପଡିବ ।
  • ମଦପିଇ ଗାଡି ଚଳାଇଲେ ଫାଇନ ଲାଗିବ ।
  • ଦୁଇ ଜଣ ବଦଳରେ ବାଇକରେ 3 ଜଣ ବସିଲେ ଫାଇନ ଦେବାକୁ ପଡିବ ।
  • ଟ୍ରାଫିକରେ ଥିବା ରେଡ୍ ଲାଇଟ୍ ଅତିକ୍ରମ କଲେ ମୋଟା ଅଙ୍କର ତଣ୍ଡ ଗଣିବେ ।
  • ଆବଶ୍ୟକତା ଠାରୁ ଓଭର ଲୋଡିଂ ନେଉଥିଲେ ଦେବାକୁ ପଡିବ ଫାଇନ୍ ।
  • ଭୁଲ୍ ରାସ୍ତାରେ ଗାଡି ଚଳାଉଥିଲେ କିମ୍ବା ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନଥିଲେ ଫାଇନ ଦେବାକୁ ପଡିବ ।
  • ମୋବାଇଲରେ କଥା ହୋଇ ହୋଇ ଗାଡି ଚଳାଉଥିଲେ ଫାଇନ ଆଦାୟ କରାଯିବ ।
  • ଦ୍ରୁତ ଗତିରେ କିମ୍ବା ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଥିଲେ ଫାଇନ ଦେବାକୁ ପଡିବ ।

ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହି ସବୁ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଫାଇନ ପଡିବ ବୋଲି ଚିଠିରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଡିସେମ୍ବର ୧ ତାରିଖରୁ ସାରା ରାଜ୍ୟରେ ନୂଆ ମୋଟରଯାନ ନିୟମ ଲାଗୁ ହେବାର ଥିଲା । ହେଲେ ଆବଶ୍ୟକୀୟ ଭିତିଭୁମି କୁ ନଜରରେ ରଖି ଏହି ନୂଆ ଆଇନ ଲାଗୁ କରିବା ପାଇଁ ୩ମାସ ସମୟ ଦେଇଛନ୍ତି ରାଜ୍ୟ ସରକାର ।କିନ୍ତୁଗାଡ଼ିର କାଗଜପତ୍ର ପ୍ରସ୍ତୁତି ପାଇଁ ୩ମାସ ଡେଡଲାଇନ୍ ବଢ଼ାଯାଇଥିବା ବେଳେ, ଡିସେମ୍ବର ୧ରୁ ଏହି ସବୁ ଟ୍ରାଫିକ ନିୟମ ଉପରେ କଟକଣା ରହିବ ।Body:ହେଲମେଟ୍ ଓ ସିଟବେଲ୍ଟ ନପିନ୍ଧି ଗାଡ଼ି ଚଳାଉଥିଲେ ଫାଇନ ଦେବାକୁ ପଡିବ । ମଦପିଇ ଗାଡ଼ି ଚଳାଇଲେ ଫାଇନ ଲାଗିବ ।ଦୁଇ ଜଣ ବଦଳରେ ବାଇକ୍ ରେ ୩ ଜଣ ବସିଲେ ଫାଇନ ଦେବାକୁ ପଡିବ ।ଏହା ସହ ଟ୍ରାଫିକରେ ଥିବା ରେଡ୍ ଲାଇଟ୍ ଅତିକ୍ରମ କଲେ ମୋଟା ଅଙ୍କର ତଣ୍ଡ ଗଣିବେ । ଆବଶ୍ୟକତା ଠାରୁ ଓଭର ଲୋଡିଂ ନେଉଥିଲେ ଦେବାକୁ ପଡିବ ଫାଇନ୍ । Conclusion:ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିଲେ କିମ୍ବା ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନଥିଲେ ଫାଇନ ଦେବାକୁ ପଡିବ ।ମୋବାଇଲରେ କଥା ହୋଇ ହୋଇ ଗାଡ଼ି ଚଳାଉଥିଲେ ଫାଇନ ଆଦାୟ କରାଯିବ । ଦୃତ ଗତିରେ କିମ୍ୱା ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିଲେ ଫାଇନ ଦେବାକୁ ପଡିବ ।ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।ଏହି ସବୁ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଫାଇନ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.