ETV Bharat / city

ଅଫତାବଙ୍କ ଡାକ ଶୁଣିଲା କାଳିଆ, ଶୁଣନ୍ତୁ ତାଙ୍କ ଅଜସ୍ର ଭକ୍ତି... - Aftab Hussain

ରଥଯାତ୍ରା ପୁନଃବିଚାର ପାଇଁ ଆବେଦନ କରିଥିଲେ ଅଫତାବ ହୁସେନ । ସୋସିଆଲ ମିଡିଆରେ ତାଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ।

ଆଉ ଜଣେ ସାଲବେଗ..
ଆଉ ଜଣେ ସାଲବେଗ..
author img

By

Published : Jun 22, 2020, 5:15 PM IST

ଭୁବନେଶ୍ବର: ବଡଦାଣ୍ଡରେ ଗଡିବ ରଥ । ବିନା ଭକ୍ତରେ ରଥଯାତ୍ରା କରିବାକୁ ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବଡ ଆଶ୍ବସ୍ତି ଦେଇଛି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆଜି ବିଜୟ ହୋଇଛି । ବିନା ଭକ୍ତରେ ରଥରେ ବସି ମାଉସୀ ଘରକୁ ଯିବେ କାଳିଆ ସାଆନ୍ତେ ।

ଆଉ ଜଣେ ସାଲବେଗ..

ଏ ବିଜୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୋଇଛି । ତେବେ ରଥଯାତ୍ରା ମାମଲାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ 17ଟି ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା । ଏହି ଆବେଦନକାରୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ଥିଲେ ଅଫତାବ୍ ହୁସେନ । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବା ଠିକ୍ ନୁହେଁ ବୋଲି ସେ ଦର୍ଶାଇଥିଲେ । ସୋସିଆଲ ମିଡିଆରେ ରାତାରାତି ସେ ବେଶ୍ ଚର୍ଚ୍ଚାର ପରିଧିକୁ ଚାଲିଆସିଥିଲେ । କେହି କେହି ତାଙ୍କୁ ଭକ୍ତ ସାଲବେଗର ମଧ୍ୟ ଆଖ୍ୟା ଦେଇଛନ୍ତି ।

ଏନେଇ ଅଫତାବଙ୍କ ଆଲୋଚନା କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଅଜସ୍ର ଭକ୍ତି ସମ୍ପର୍କରେ ଜଣାଇଥିଲେ ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.