ETV Bharat / city

ଦୁଃସାହସିକ ରିପୋର୍ଟିଂ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେତେ ଜରୁରୀ Employee Risk Management ?

author img

By

Published : Sep 24, 2021, 9:02 PM IST

ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁ ପରେ ସାମ୍ବାଦିକତାରେ ପ୍ରୋଟୋକଲ ଏବଂ SOPକୁ ନେଇ ଉଠିଛି ପ୍ରଶ୍ନ । ଏହାରି ମଧ୍ୟରେ ଦୁଃସାହସିକ ସାମ୍ବାଦକତା ପାଇଁ କର୍ମଚାରୀ ବିପଦ ପରିଚାଳନା ତଥା (Employee risk management) ପ୍ରାବଧାନ ରହିଛି କି ନାଁହି ଜାଣିବାକୁ ପ୍ରୟାସ କରଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଅଧିକ ପଢନ୍ତୁ...

ଦୁଃସାହସିକ ରିପୋର୍ଟିଂ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେତେ ଆବଶ୍ୟକ Employee risk management ?

ଭୁବନେଶ୍ବର: ଦୁଃଖ ଦେଇଗଲା ଦୁଃସାହସିକ ରିପୋର୍ଟିଂ ! କାଳ ସାଜିଲା ଲାଇଭ କଭରେଜ । ଜୀବନଯାତ୍ରାରେ ବ୍ରେକ ଲଗାଇଲା ବ୍ରେକିଙ୍ଗ୍‌ ନ୍ୟୁଜ୍‌ । ଆଉ ଅକାରଣେ ପ୍ରାଣ ହାରିଦେଲେ ଜଣେ ପ୍ରତିଭାବାନ ଯୁବ ସାମ୍ବାଦିକ । କଟକ ମୁଣ୍ଡଳି ବ୍ୟାରେଜରେ ଗଜ ଉଦ୍ଧାର ଅପରେସନ ଖବରକୁ ସିଧାପ୍ରସାରଣ ମାଧ୍ୟମରେ ଜନସାଧାରଣଙ୍କ ନିକଟକୁ ପହଁଞ୍ଚାଉଥିବା ସମୟରେ ଅଘଟଣରେ ଆଖିବୁଜିଦେଇଛନ୍ତି ଲୋକପ୍ରିୟ ସାମ୍ବାଦିକ ଅରିନ୍ଦମ ଦାସ । ଆଉ ଅରିନ୍ଦମଙ୍କ ମୃତ୍ୟୁ ପରେ ସାମ୍ବାଦିକତାରେ ପ୍ରୋଟୋକଲକୁ ନେଇ ଉଠିଛି ପ୍ରଶ୍ନ ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

ବାତ୍ୟା ହେଉ କି ବନ୍ୟା କିମ୍ବା କୌଣସି ବଡ ଅପରେସନ ସମୟରେ ଅନେକ ସାମ୍ବାଦିକ ଦୁଃସାହସିକ ଲାଇଭ ରିପୋର୍ଟିଂ କରୁଥିବା ନଜର ଆସିଥାନ୍ତି । ଅନେକ ସମୟରେ ସମୁଦ୍ର କୂଳରେ କିମ୍ବା ନଈ ମଧ୍ୟରେ ସାମ୍ବାଦିକ ମାନେ ପଶି ଲୋକଙ୍କୁ ଏହାର ଦୃଶ୍ୟ ଦେଖାଇବାକୁ ପ୍ରୟାସ କରନ୍ତି । ଯଦିଓ ସାମ୍ବାଦିକତା ଜୀବନରେ କର୍ତ୍ତବ୍ୟ ସର୍ବୋପରି ହୋଇଥାଏ, ତଥାପି ଟିଆରପି ରେସ୍‌ରେ ରହୁଛି କି ରିପୋର୍ଟିଂ ? ଲାଇଭ କଭରେଜ ଓ ବ୍ରେକିଂ ନ୍ୟୁଜ ନାଁରେ ଆମେ (ଗଣମାଧ୍ୟମ ସଂସ୍ଥା) ଆମର ସମ୍ବାଦିକଙ୍କୁ ମରଣ ମୁହଁକୁ ଠେଲିଦେଉଛନ୍ତି କି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଅରିନ୍ଦମଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ସ୍ବର ଉଠାଇଛନ୍ତି ସାଧାରଣ ଜନତା ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି, ଏହି ଅଘଟଣକୁ ଏଡାଯାଇପାରିଥାନ୍ତା । ଦୁଃସାହସିକ ଖବର ସଂଗ୍ରହ କରିବାକୁ ଗ୍ରାଉଣ୍ଡ୍‌ ରିପୋର୍ଟରଙ୍କ ପାଇଁ ଅନୁମତିର ପ୍ରକ୍ରିୟା କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

ଶୁକ୍ରବାର କଟକ ମୁଣ୍ଡଳୀ ବ୍ୟାରେଜରେ ହାତୀ ଅପରେସନରେ ଯାଇଥିବାବେଳେ ଓଲଟିଥିଲା ଓଡ୍ରାଫ ଡଙ୍ଗା । ଏହି ଡଙ୍ଗାରେ ଥିଲେ ରେସ୍କ୍ୟୁ ଟିମ୍ ସହ ୨ ଗଣମାଧ୍ୟମ ପ୍ରତିନିଧି । ହାତୀ ପାଖକୁ ଗଲାବେଳେ ଓଡ୍ରାଫ ଡଙ୍ଗାଟି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା । ହଠାତ ଡଙ୍ଗାଟିର ଯନ୍ତ୍ର ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା । ଡଙ୍ଗାରେ ଥିବା ୭ ରୁ ୮ ଜଣ ଓଡ୍ରାଫ କର୍ମଚାରୀ ସମେତ ଗଣମାଧ୍ୟମ କର୍ମଚାରୀ ପ୍ରଖର ପାଣି ସୁଅରେ ଓଡ୍ରାଫ ଡଙ୍ଗାକୁ ଧରି ରହିଥିଲେ । ଏହା ପରେ ସେମାନଙ୍କୁ ଦଉଡି ସାହାଯ୍ୟରେ ତୁରନ୍ତ ଉଦ୍ଧାର କର୍ଯ୍ୟ ଆରମ୍ଭ କରାଯାଇଥିଲା । ଗୁରୁତରଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ଏସସିବିରେ ପହଞ୍ଚିବା ବେଳେ ଅରିନ୍ଦମ ମୃତ୍ୟୁ ହୋଇସାରିଥିବା ଘୋଷଣା କରିଥିଲେ ଡାକ୍ତର ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

ସେପଟେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ପରେ ଓଡ୍ରାଫ ଟିମ୍‌ ଉପରେ ଉଠିଛି ପ୍ରଶ୍ନ । କଣ ପାଇଁ ଓଡ୍ରାଫ ଟିମ ବିନା ସରଞ୍ଜାମରେ ମହନଦୀ ଭିତରକୁ ପଶି ଚଳାଇଥିଲା ଅପରେସନ ? ଅପରେସରେ ନିୟୋଜିତ ସଦସ୍ୟଙ୍କ ବ୍ୟତିତ ଅନ୍ୟମାନଙ୍କୁ କାହା ଅନୁମତିରେ ବୋଟ୍‌ରେ ବସାଇ ବ୍ୟାରେଜ ପାଖକୁ ଓଡ୍ରାଫ ଟିମ୍‌ ଯାଇଥିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେପଟେ ଜଣେ ଓଡ୍ରାଫ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡ଼ିଛି ।

ସାମ୍ବାଦିକଙ୍କ ଦୁଃସାହସିକ ରିପୋର୍ଟିଂ ସମୟରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ଏଥିପାଇଁ ଦ୍ବାୟିତ୍ବ କଣ ରହିବା ଆବଶ୍ୟକ ଏହା ଉପରେ ମଧ୍ୟ ଆରମ୍ଭ ହୋଇଛି ତର୍କ ବିତର୍କ । ଅନେକ ବିପଦ ସଙ୍କୁଳ ପରିସ୍ଥିତିରେ ନିଜ ଜୀବନକୁ ପାଣି ଛଡାଇ ଖବର ସଂଗ୍ରହ କରେ ଜଣେ ସାମ୍ବାଦିକ । ଏ ସମ୍ପର୍କରେ ଆମର ଗଣମାଧ୍ୟମ ମାଲିକ ଓ ସମ୍ପାଦକମାନେ ନିର୍ଦ୍ଧିଷ୍ଟ ଦାୟିତ୍ବ ତୁଲାଇବାର ଆବଶ୍ୟକତା ଥିବା ଜନସାଧରଣ ଯୁକ୍ତି ରଖିଛନ୍ତି । ଏହାରି ମଧ୍ୟରେ ଏହି ଦୁଃସାହସିକ ସାମ୍ବାଦକତା ପାଇଁ କର୍ମଚାରୀ ବିପଦ ପରିଚାଳନା ତଥା (Employee risk management) ପ୍ରାବଧାନ ରହିଛି କି ନାଁହି ଜାଣିବାକୁ ପ୍ରୟାସ କରଛନ୍ତି ୟୁଜର୍ସ ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

risk management ଅର୍ଥାତ ବିପଦ ପରିଚାଳନା ହେଉଛି ବିପଦର ଚିହ୍ନଟ, ମୂଲ୍ୟାଙ୍କନ ଏବଂ ପ୍ରାଥମିକତା ଯାହା ଦ୍ବାରା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ସମ୍ଭାବନା କିମ୍ବା ପ୍ରଭାବକୁ କମ୍ କରିବାକୁ କିମ୍ବା ଘଟଣାଗୁଡ଼ିକର ତଦାରଖ ଏବଂ ନିୟନ୍ତ୍ରଣ କରିବାକୁ ଉତ୍ସଗୁଡିକର ସମନ୍ବିତ ପ୍ରୟୋଗ ଦ୍ବାରା ଅନୁସରଣ କରାଯାଏ । ଯେକୌଣସି କାର୍ଯ୍ୟରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ପାଇଁ ବିପଦ ପରିଚାଳନା କରାଯିବା ଉଚିତ । ତେବେ ସାମ୍ବାଦିକତା କ୍ଷେତ୍ରରେ ଏହା ଏଥିପାଇଁ ଗୁରୁତ୍ବ ବହନ କରୁଛି କାରଣ ଲାଇଭ ନ୍ୟୁଜ୍ କଭରେଜ ସମୟରେ ସାମ୍ବାଦିକଙ୍କୁ ଅନେକ ବିପଦସଙ୍କୁଳ ସ୍ଥାନକୁ ଯିବାକୁପଡିଥାଏ ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

ବାତ୍ୟା, ବନ୍ୟା, ହିଂସା ସ୍ଥଳ, ଆଦି ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ । ଏଥିପାଇଁ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ନିଜ ପ୍ରତିନିଧିମାନଙ୍କୁ ଗ୍ରାଉଣ୍ଡ୍‌ ଜିରୋକୁ ରିପୋର୍ଟିଂ ପାଇଁ ଛାଡିବା ପୂର୍ବରୁ Employee risk management (କର୍ମଚାରୀ ବିପଦ ପରିଚାଳନା)କୁ ସଠିକ ଭାବରେ କରିବାର ଆବଶ୍ୟକତା ରହିଥିବା ଜୋର୍‌ ଦେଇ କୁହାଯାଇପାରେ ।

ସୋସିଆଲ ମିଡିଆର ସ୍ବର
ସୋସିଆଲ ମିଡିଆର ସ୍ବର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.