ETV Bharat / city

ଜିଲ୍ଲାପାଳଙ୍କୁ ACSଙ୍କ ଚିଠି, ପ୍ରକୃତ ଚାଷୀଙ୍କୁ ରେକର୍ଡ ଅଫ ରାଇଟସରେ ସାମିଲ କର

ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ସରକାର । ଚାଷୀଙ୍କ ନାମ ରେକର୍ଡ ଅଫ ରାଇଟସରେ ସାମିଲ ପାଇଁ ରାଜ୍ୟ ସରକାର ଜିଲ୍ଲପାଳମାନଙ୍କୁ କହିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି, ପ୍ରକୃତ ଚାଷୀଙ୍କୁ ରେକର୍ଡ ଅଫ ରାଇଟସରେ ସାମିଲ କର

author img

By

Published : Oct 2, 2022, 10:23 AM IST

ଭୁବନେଶ୍ବର: ରେକର୍ଡ ଅଫ ରାଇଟସରେ ସାମିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି । ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ତେବେ ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ତହସିଲରେ ଜମି ମାଲିକଙ୍କ ଚୂଡାନ୍ତ ରେକର୍ଡ ଅଫ୍ ରାଇଟସ ତାଲିକା 1960 ଓ 1990 ରେ ହୋଇଥିବା ବନ୍ଦୋବସ୍ତରେ ପ୍ରକାଶ ପାଇଥିଲା । କିନ୍ତୁ ସେବେ ଠାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ଏହି ରେକର୍ଡ ଅଫ ରାଇଟସର ଦୁଇ ନମ୍ବର ସ୍ଥାନରେ ଏବେ ବି ପ୍ରକୃତ ଚାଷୀଙ୍କ ପୂର୍ବପୁରୁଷଙ୍କ ନାମ ରହିଛି । ଏନେଇ ପିଏମ କିଷାନ ଭଳି କଲ୍ୟାଣକାରୀ ଯୋଜନାର ଲାଭ ସେମାନେ ପାଇପାରୁନାହାନ୍ତି । ଏଥିଯୋଗୁଁ ପ୍ରକୃତ ଚାଷୀମାନେ ବ୍ୟାଙ୍କରୁ ସହଜରେ କୃଷି କିମ୍ବା ଅନ୍ୟାନ୍ୟ ଋଣ ପାଇବାରେ ସମସ୍ୟାରେ ପଡୁଛନ୍ତି । ଏହାଛଡା ଇ-ପାଉତି ପୋର୍ଟାଲ ଜରିଆରେ ରାଜସ୍ବ ସଂଗ୍ରହରେ ମଧ୍ୟ ସମସ୍ୟା ଉପୁଜୁଛି । ତେବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଓଡିଶା ଜମିଜମା ସଂସ୍କାର ଆଇନ 1960 ଓ 1965 ଧାରା ଅନୁଯାୟୀ ସହ ଅଂଶୀଦାରଙ୍କ ମଧ୍ୟରେ ପାରସ୍ପରିକ ସହମତି ଭିତ୍ତିରେ ଜମିକୁ ଭାଗ କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ- OAS ପାହ୍ୟାକୁ ପଦୋନ୍ନତି ହେଲେ 143 ORS

ତେବେ ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ଅଧିନିୟମ ୧୯୬୨ରେ ଥିବା ବ୍ୟବସ୍ଥା ଅନୁଯାୟୀ ତହସିଲଦାର ନିଜେ କିମ୍ବା ଅଧିନସ୍ଥ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରେକର୍ଡ ଅଫ ରାଇଟସକୁ ନିଜ ଆଡୁ ସଂଶୋଧନ କରିପାରିବେ । ତେଣୁ ତହସିଲଦାର ଓ ଅତିରିକ୍ତ ତହସିଲଦାର ଭଳି କ୍ଷେତ୍ର ସ୍ତରୀୟ ଅଧିକାରୀମାନଙ୍କୁ କ୍ୟାମ୍ପ କୋର୍ଟ ଜରିଆରେ ଏଭଳି ମାମଲାକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଧାର୍ଯ୍ୟ ସମୟ ମଧ୍ୟରେ ତାହାର ସମାଧାନ ସହିତ ବାସ୍ତବ ସ୍ଥିତିକୁ ରେକର୍ଡ ଅଫ ରାଇଟସରେ ସାମିଲ ପାଇଁ କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସେ ଆହୁରି ମଧ୍ୟ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜସ୍ବ ରଥ ଜରିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରିବାକୁ କହିଛନ୍ତି । ଏହି ଅଭିଯାନକୁ ସଫଳ କରିବାପାଇଁ ଏଡିଏମ ଓ ଉପଜିଲ୍ଲାପାଳମାନେ ସ୍ବତନ୍ତ୍ର ଅଭିଯାନ ଚଳାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.