ଭୁବନେଶ୍ବର: ରାଜବୀର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ କହିଲେ ଅଭିନେତା ସୋନୁ ସୁଦ(Sonu Sood Comes Forward Seeking Help For Rajiveer)। ନିଜ ଦକ୍ଷତା ଅନୁସାରେ ରାଜୀବକୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସୋନୁ ସୁଦ । ଆପଣଙ୍କ ଛୋଟ ସାହାଯ୍ୟ ରାଜବୀରକୁ ନୂଆ ଜୀବନ ଦେବ ତେଣୁ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ଏକ ଭିଡିଓରେ କହିଛନ୍ତି ସୋନୁ ।
ପ୍ରକାଶ ଥାଉ କି, କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଆମ୍ବପଡା ଗ୍ରାମ କୁଳମଣି ରଣାଙ୍କ ୧୬ ମାସର ପୁଅ ରାଜବୀ ସ୍କାଇନାଲ ମାସ୍କୁଲର ଆଟ୍ରଫି ଟାଇପ ରୋଗରେ ପୀଡିତ ହୋଇଛି । ଚିକିତ୍ସା ପାଇଁ ଲୋଡା ଥିବା ଇଞ୍ଜେକ୍ସନର ଦାମ୍ ୧୬ କୋଟି । ପିଲାର ବାପା ପାଇଁ ୧୬ କୋଟି ଟଙ୍କା ପାଲଟିଛି ସାତ ସପନ । ତେଣୁ ସେ ସହାୟତା ଲୋଡିଛନ୍ତି । ଏହାରି ଭିତରେ ସେ ବୁଧବାର ମୁମ୍ବାଇ ଯାଇ ସୋନୁ ସୁଦଙ୍କୁ ଭେଟିଛନ୍ତି ।
ସୋନୁଙ୍କୁ ଭେଟିବା ପରେ ସେମାନଙ୍କୁ ସାହାଯ୍ୟ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ସୋନୁ । ନିଜ ଦକ୍ଷତା ଅନୁସାରେ ରାଜୀବର ଚିକିତ୍ସା ପାଇଁ କିଛି କିଛି ସାହାଯ୍ୟ କରିବାକୁ କହିଛନ୍ତି ସୋନୁ । ସେ ଏକ ଭିଡିଓ ଜାରି କରି କହିଛନ୍ତି ଆମେ ଆତୀତରେ ଦେଖିଛେ ଲୋକଙ୍କ ସହଯୋଗ କିଛି ବି କରିପାରେ । ପୂର୍ବରୁ ଏହି ରୋଗକୁ ଉପଶମ ମିଳିଛି । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆଗକୁ ଆସନ୍ତୁ ଏହି ଶିଶୁକୁ ସାହାଯ୍ୟ କରନ୍ତୁ ।
ଆହୁରି ପଢନ୍ତୁ...ଆମେରିକା ଇଞ୍ଜେକସନ ନେଲେ ବଞ୍ଚିବ 16 ମାସର ପୁଅ, ଦମ୍ପତିଙ୍କୁ ଦରକାର 16 କୋଟି
ପ୍ରକାଶ ଥାଉ କି, ସୋନୁର ଚିକିତ୍ସା ପାଇଁ ତାଙ୍କ ବାପାମାଆ ଡିସେମ୍ବର ୨ରେ ରାସ୍ତାରେ ଧାରଣାରେ ବସିଥିଲେ । ନବୀନ ନିବାସ ଆଗରେ ପୁଅର ଜୀବନ ବଞ୍ଚାଇବାକୁ ସହାୟତା ମାଗିଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡିଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ