ଭୁବନେଶ୍ବର: ବାବୁସାନ ଘରକୁ ଫେରିବା ପରେ ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଘର ବାହାରେ ଅପେକ୍ଷା କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଘର ବାହାରକୁ ଆସିଛନ୍ତି ବାବୁସାନ । ତେବେ ପୋଲିସ ପଚରାଉଚୁରା କରିବା ପରେ ସେ ଫ୍ୟାନ୍ସଙ୍କ ଲାଗି ଗଣମାଧ୍ୟମ ଜରିଆରେ ନିଜ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।
ବାବୁସାନ କହିଛନ୍ତି ଯେ, "ପୋଲିସର ପଚରାଉଚୁରା ପରେ ମୁଁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବି । ସମସ୍ତଙ୍କୁ ସବୁ କଥା କହିବି। ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ବାପାଙ୍କ ଦେହ ବି ଭଲ ଅଛି । ଆପଣମାନଙ୍କ ଅପେକ୍ଷା ପାଇଁ ମୋତେ ବେଶି କଷ୍ଟ ଲାଗୁଛି । ଆପଣମାନେ ଯାଇକି ଖାଆନ୍ତୁ । ଆପଣମାନଙ୍କ ପାଇଁ ମୋତେ ଚିନ୍ତା ଲାଗୁଛି । ମୁଁ କେବେ ଚାପରେ ନଥାଏ । ମୋ ପୁଅ ଖୁବଶୀଘ୍ର ମୋ ପାଖକୁ ଆସିବ । ପୋଲିସ କେତେବେଳେ ଡାକୁଛି ସେହି ଅନୁସାରେ ମୁଁ ଯିବି।" ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି କିଛି କହିଛନ୍ତି ବିବାଦରେ ଫସିଥିବା ଅଭିନେତା ବାବୁସାନ ।
ସୂଚନା ଥାଉ କି, ଅଭିନେତ୍ରୀ ପ୍ରକୃତିଙ୍କୁ ନେଇ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ବିବାହ ବିବାଦ ଦେଖାଦେଇଥିଲା । ପ୍ରକୃତିଙ୍କୁ ସେମାନଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ପତ୍ନୀ ତୃପ୍ତି । ଏହାପରେ ବିଚ୍ ରାସ୍ତାରେ ଷ୍ଟାର କଳି ଦେଖିବାକୁ ମିଳିଥିଲା । ଏହାପରେ ବାବୁସାନ ଚେନ୍ନାଇ ଯାଇ ଯେଉଁ ଦିନ ଫେରିବା କଥା ଫେରିନଥିଲେ । ଏହାପରେ ମା' ଅପରାଜିତା ମହାନ୍ତି ତାଙ୍କୁ ଫେରି ଆସିବାକୁ କହିଥିଲେ । ସେ ଗତ ବୁଧବାର ଘରକୁ ଫେରିଥିବା ବେଳେ ଏଯାବତ କ୍ୟାମେରା ସାମନାରେ ଉକ୍ତ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର