ETV Bharat / city

ଜାନୁଆରୀ ଓ ଫେବୃଆରୀରେ କମିଛି ଦୁର୍ଘଟଣା-ଦୁର୍ଘଟଣା ଜନିତ ମୃତ୍ୟୁ - ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ପ୍ରତିକ୍ରିୟା

ଜାନୁଆରୀ ଓ ଫେବୃଆରୀରେ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିଛି । ଦୁର୍ଘଟଣା ୨୦୨୧ ତୁଳନାରେ ୧୦.୩୩ ପ୍ରତିଶତ କମ୍‌ ରହିଛି । ୨୦୨୧ ତୁଳନାରେ ୩୨୭ଟି କମ ଦୁର୍ଘଟଣା ହୋଇଛି । ସେହିପରି ଦୁର୍ଘଟଣା ଜନିତ ମୃତ୍ୟୁ ୯୯ଟି କମ ରହିଛି । ଅଧିକ ପଢନ୍ତୁ

vଜାନୁଆରୀ ଓ ଫେବୃଆରୀରେ କମିଛି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ: ପରିବହନ ବିଭାଗ
ଜାନୁଆରୀ ଓ ଫେବୃଆରୀରେ କମିଛି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ: ପରିବହନ ବିଭାଗ
author img

By

Published : May 1, 2022, 6:42 PM IST

ଭୁବନେଶ୍ବର: ଜାନୁଆରୀ ଓ ଫେବୃଆରୀରେ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିଛି । ଜାନୁଆରୀ ଓ ଫେବ୍ରୁଆରୀ ମାସରେ ସାଧାରଣତଃ ଅଧିକ ଦୁର୍ଘଟଣା ହୋଇଥାଏ । ପୂର୍ବ ବର୍ଷ ଅପେକ୍ଷା ଅର୍ଥାତ ବର୍ଷ ୨୦୨୧ ତୁଳନାରେ ଦୁର୍ଘଟଣା ଜନିତ ମୃତ୍ୟୁ ୧୫.୩୪ ପ୍ରତିଶତ କମ୍‌ ରହିଛି । ଏନେଇ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଜାନୁଆରୀ ଓ ଫେବୃଆରୀରେ କମିଛି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ: ପରିବହନ ବିଭାଗ
ଜାନୁଆରୀ ଓ ଫେବୃଆରୀରେ କମିଛି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ: ପରିବହନ ବିଭାଗ

ପରିବହନ ବିଭାଗର ତଥ୍ୟ ଅନୁସାରେ, ୨୦୨୧ ଜାନୁଆରୀରେ ୧୧୦୪ଟି ଦୁର୍ଘଟଣା ଘଟିଥିବାବେଳେ ଜାନୁଆରୀ ୨୦୨୨ରେ ଏହି ସଂଖ୍ୟା ୯୬୧ ରହିଛି । ସେହିପରି ଦୁର୍ଘଟଣା ଜନିତ ମୃତ୍ୟୁ ୨୦୨୧ ଜାନୁଆରୀରେ ୪୯୨ ରହିଥିଲା ଓ ଚଳିତ ବର୍ଷ ଜାନୁଆରୀ ମାସରେ ୪୫୬ଟି ମୃତ୍ୟୁ ରେକର୍ଡ ହୋଇଛି । ଅନ୍ୟପଟେ ଗତବର୍ଷ ଫେବୃଆରୀ ମାସରେ ୧୦୨୭ଟି ଦୁର୍ଘଟଣା ମାମଲା ରେକର୍ଡ ହୋଇଥିବାବେଳେ, ଚଳିତ ବର୍ଷ ଏହି ସଂଖ୍ୟା ୮୪୩ ରହିଛି । ସେହିପରି ଫେବୃଆରୀ ୨୦୨୧ରେ ଦୁର୍ଘଟଣାରେ ୪୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଏହି ସଂଖ୍ୟା କମ ହୋଇ ଚଳିତ ବର୍ଷ ୪୦୩ ରହିଛି ।

ଫଳରେ ଦୁର୍ଘଟଣା ୨୦୨୧ ତୁଳନାରେ ୧୦.୩୩ ପ୍ରତିଶତ କମ୍‌ ରହିଛି । ୨୦୨୧ ତୁଳନାରେ ୩୨୭ଟି କମ ଦୁର୍ଘଟଣା ହୋଇଛି । ସେହିପରି ଦୁର୍ଘଟଣା ଜନିତ ମୃତ୍ୟୁ ୯୯ଟି କମ ରହିଛି । ନିୟମ କଡାକଡି ହେବା ପରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମ୍‌ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଗତକାଲି(ଶନିବାର) ରାତିରେ ମଦ୍ୟପ ଗାଡି ଚାଳକ ମାନଙ୍କୁ ଧରିବା ପାଇଁ ରାଜ୍ୟବ୍ୟାପୀ ଓଡିଶା ପୋଲିସ ଆଉ ପରିବହନ ବିଭାଗର ମିଳିତ ଡ୍ରାଇଭ ହୋଇଥିଲା । ୩ ହଜାର ଗାଡି ଚେକିଂ କରାଯାଇଥିଲା । ଏଥିରେ ୩୯୧ ଜଣ ମଦ୍ୟପାନ କରି ଗାଡି ଚାଳନାକାରୀଙ୍କୁ ଧରାଯାଇଛି । ୩୬୪ ଗାଡି ଅଟକ ରଖାଯାଇଥିବା ବେଳେ ୧୯୦ଟି ଲାଇସେନ୍ସକୁ ରଦ୍ଦ କରାଯାଇଛି । ସେହିପରି ୩୪୪ ଜଣ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି । ଆଗାମୀ ଦିନରେ ଚେକିଂ ଆହୁରି କଡାକଡି କରାଯିବ ବୋଲି ପରିବହନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.