ETV Bharat / city

ରି-ଆଡମିଶନ ଫିରେ ଅହେତୁକ ବୃଦ୍ଧି, ରାଜରାସ୍ତାରେ ଗର୍ଜିଲା ABVP - ରିଆଡମିଶନ ଫି ବୃଦ୍ଧି

ରି-ଆଡମିଶନ ଫି ଓ ଅହେତୁକ ପରୀକ୍ଷା ଫି ବୃଦ୍ଧି ନେଇ ଗାନ୍ଧିମାର୍ଗରେ ABVPର ଗର୍ଜନ । ଅଧିକ ପଢନ୍ତୁ...

ରାଜରାସ୍ତାରେ ଗର୍ଜିଲା ABVP
ରାଜରାସ୍ତାରେ ଗର୍ଜିଲା ABVP
author img

By

Published : Aug 19, 2021, 4:34 PM IST

ଭୁବନେଶ୍ବର: ରାଜରାସ୍ତାରେ ଗର୍ଜିଲା ABVP । ମୁଖ୍ୟମନ୍ତ୍ରୀଙ୍କ ନାରାବାଜିରେ କମ୍ପିଲା ଗାନ୍ଧିମାର୍ଗ । ରି-ଆଡମିଶନ ଫି ଓ ଅହେତୁକ ପରୀକ୍ଷା ଫି ବୃଦ୍ଧି ନେଇ ଗୁରୁବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗାନ୍ଧୀମାର୍ଗରେ ବିକ୍ଷୋଭ କରିଛି । ABVP ସଦସ୍ୟମାନେ ବିଧାନସଭା ଆଡକୁ ଧସେଇ ପଶିବା ସହ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।

ରାଜରାସ୍ତାରେ ଗର୍ଜିଲା ABVP

ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଫେଲ୍ କରାଇବା, ମହାମାରୀ ସଙ୍କଟ ସ୍ଥିତିରେ ମହାବିଦ୍ୟାଳୟଗୁଡିକ ମନଇଚ୍ଛା ରି-ଆଡମିଶନ ଫି ଓ ପରୀକ୍ଷା ଫି ବୃଦ୍ଧି କରିବା ସହ 2017-18 ଆଇଟିଆଇ ବ୍ୟାଚର ପରୀକ୍ଷା ଆୟୋଜିତ ନ କରିବା ନେଇ ସଙ୍ଗଠନ ଆନ୍ଦୋଳନ କରିଛି ।

କୋରୋନା ମହାମାରୀ ପ୍ରକୋପ କମିବା ପରେ ରାଜ୍ୟ ସରକାର ସ୍କୁଲ କଲେଜରେ ଅଫଲାଇନ ପାଠପଢା ଆରମ୍ଭ କରିଛନ୍ତି । ହେଲେ କଲେଜରେ ପିଲାଙ୍କ ରି-ଆଡ଼ମିଶନ ଫି ଆଦାୟ ପାଇଁ ନୋଟିସ ଜାରି କରିଛନ୍ତି । ଯାହାକି ମହାମାରୀ ସମୟରେ ପିଲାଙ୍କ ସହ ଅଭିଭାବକଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଯାହାକୁ ତୀବ୍ର ପ୍ରତିବାଦ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗାନ୍ଧୀ ମାର୍ଗରେ ଜୋରଦାର ଆନ୍ଦୋଳନ କରାଯାଇଛି । ଶତାଧିକ ଛାତ୍ରଛାତ୍ରୀ ଗାନ୍ଧୀମାର୍ଗରେ ଆନ୍ଦୋଳନ କରିବା ସହ ରାଜ୍ୟ ସରକାର ଓ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇବା ସମୟରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଛି । ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖି ପରବର୍ତ୍ତୀ ସମୟରେ ଛାଡିଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.