ETV Bharat / city

ଉଚିତ୍ ଢଙ୍ଗରେ କାର୍ଯ୍ୟକାରୀ ହେବ ପାରିତ ପ୍ରସ୍ତାବ - ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ

ଜାତୀୟ ଶିକ୍ଷା ନୀତି ଆଧାରରେ ସରକାର ଜାତୀୟ ଶିକ୍ଷା ନୀତିର ପ୍ରଣୟନ କରିଛନ୍ତି। ଏହାସହ ପାସ ହୋଇଥିବା 4 ଗୋଟି ମୁଖ୍ୟ ପ୍ରସ୍ତାବ କିପରି କାର୍ଯ୍ୟକାରୀ ହେବ ସେନେଇ ଏବିଭିପିର ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଅଧିକ ପଢନ୍ତୁ...

'ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପାରିତ ପ୍ରସ୍ତାବକୁ ଉଚିତ ଢଙ୍ଗରେ ରାଜ୍ୟରେ କାର୍ଯ୍ୟକାରୀ କରାଯିବ

author img

By

Published : Dec 31, 2020, 3:27 PM IST

ଭୁବନେଶ୍ବର: ଡିସେମ୍ବର 25 ଓ 26 ଦୁଇ ଦିନ ଧରି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର 66ତମ ଜାତୀୟ ସମ୍ମିଳନୀ ନାଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ 4 ଗୋଟି ମୁଖ୍ୟ ପ୍ରସ୍ତାବ ପାସ ହୋଇଥିବା ବେଳେ ଏହାକୁ କିପରି ରାଜ୍ୟରେ କାର୍ଯ୍ୟକାରୀ କରାଯିବ ତା ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ସପ୍ତର୍ଷି ସରକାର।

'ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପାରିତ ପ୍ରସ୍ତାବକୁ ଉଚିତ ଢଙ୍ଗରେ ରାଜ୍ୟରେ କାର୍ଯ୍ୟକାରୀ କରାଯିବ

ଆଜି(ଗୁରୁବାର) ପରିଷଦର ସିଟି ଅଫିସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ସରକାର କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଆଧାରରେ ସରକାର ଜାତୀୟ ଶିକ୍ଷା ନୀତିର ପ୍ରଣୟନ କରିଛନ୍ତି। କିନ୍ତୁ ଏହା କିଭଳି ଭାବରେ ସାରା ଦେଶରେ ଲାଗୁ ହେବ ଓ ଛାତ୍ର ସମାଜର ମଙ୍ଗଳ ବିଧାନ କ୍ଷେତ୍ରରେ ଉପଯୋଗୀ ହୋଇ ପାରିବ ସେନେଇ ସରକାର କୌଣସି ପଦକ୍ଷେପ ନେଉ ନାହଁନ୍ତି। ଏଦିଗରେ କିପରି ତ୍ବରିତ କାର୍ଯ୍ୟକ୍ରମ ଗ୍ରହଣ ହୋଇପାରିବ ସେନେଇ ସଂଗଠନ କାର୍ଯ୍ୟ କରିବ।

ସେହିପରି କୋରୋନା ସମୟରେ ଚୀନର ଦାଦାଗିରିକୁ ଭ୍ରୁକ୍ଷେପ ନକରି କିପରି ଆମ ସେନା ତାର ଉତ୍କର୍ଷତା ପ୍ରତିପାଦନ କରିଛି। ଅନଲାଇନ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ଓ କୋରୋନା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଶିକ୍ଷାର୍ଥୀମାନେ କିପରି ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। କିପରି ଏହାକୁ ପୁଣି ସଠିକ ଭାବେ ଆରମ୍ଭ କରାଯାଇ ପାରିବ ଏହା ସହ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଯତ୍ନ ନିଆ ଯାଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି।

ଏହା ସହିତ ଆତ୍ମନିର୍ଭର ଭାରତ ମାଧ୍ୟମରେ ଅନ୍ୟ ଉପରେ ନିର୍ଭର ନ କରି କିପରି ନିଜ ଦେଶରେ ନିଜ ଜ୍ଞାନ କୌଶଳକୁ ବ୍ୟବହାର କରି ପାରଦର୍ଶିତା ଲାଭ ହୋଇପାରିବ ସେ ଦିଗରେ ସଂଗଠନ କାର୍ଯ୍ୟ କରିବ ବୋଲି ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.