ETV Bharat / city

ହସ୍ତଶିଳ୍ପ କାରୀଗରଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଆରମ୍ଭ - state-level exhibition has been started to promote handicrafts

ସ୍ଥାନୀୟ ୟୁନିଟ-3 ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ। ଯାହାକୁ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୋଭା ଶର୍ମା କରିଛନ୍ତି ଉଦ୍ଘାଟନ। ଅଧିକ ପଢନ୍ତୁ...

ହସ୍ତଶିଳ୍ପ କାରୀଗରଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଆରମ୍ଭ

author img

By

Published : Feb 25, 2021, 10:39 AM IST

ଭୁବନେଶ୍ବର: ସ୍ଥାନୀୟ ୟୁନିଟ-3 ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ। ଯାହାକୁ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୋଭା ଶର୍ମା ଉଦ୍ଘାଟନ କରିଛନ୍ତି। ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ 21 ଟି ଜିଲ୍ଲାରୁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ କାରିଗର ଭାଗ ନେଇଛନ୍ତି । ଏଠାରେ ବିନା ମୂଲ୍ୟରେ 110ଟି ଷ୍ଟଲ ବିଭାଗ ପକ୍ଷରୁ ନିର୍ମାଣ କରି ଦିଆଯାଇଛି। ଯେଉଁଥିରେ ସେମାନେ ସେମାନଙ୍କ ଉତ୍ପାଦର ବିକ୍ରୟ କରିବାର ସୁଯୋଗ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ଦିଆନ।

ହସ୍ତଶିଳ୍ପ କାରୀଗରଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଆରମ୍ଭ

ତେବେ କୋରୋନା କଟକଣା ମଧ୍ୟରେ ନିଜର ଉତ୍ପାଦର ବିକ୍ରିବଟା କରିବାକୁ ସୁଯୋଗ ପାଇନଥିବା କାରୀଗରଙ୍କୁ ରୋଜଗାରର ସୁଯୋଗ ଦେବା ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ବୋଲି ବିଭାଗୀୟ ନିର୍ଦେଶକ ଶ୍ରୀଯୁକ୍ତ ସନାତନ ନାୟକ କହିଛନ୍ତି। ଏଥି ସହିତ ଏହି ସପ୍ତାହବ୍ୟାପୀ ପ୍ରଦର୍ଶନୀରେ 80 ଲକ୍ଷ ଟଙ୍କାର କାରବାର ହେବ ବୋଲି ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ସେପଟେ ପ୍ରଥମ ଦିନରୁ ଲୋକଙ୍କ ଭଲ ଆଗ୍ରହ ଥିବା କହିଛନ୍ତି ପ୍ରଦର୍ଶନୀରେ ଭାଗ ନେଇଥିବା ଜଣେ କାରୀଗର ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.