ETV Bharat / city

ଲୋକସେବା ଭବନରୁ ଖାରବେଳ ଭବନକୁ ସ୍ଥାନାନ୍ତର ହେବ 11ଟି ବିଭାଗ - ମିନି ସେକ୍ରେଟେରିଏଟ

ସ୍ବାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । 8 ମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟକୁ ଲୋକସେବା ଭବନର 11ଟି ବିଭାଗ ସ୍ଥାନାନ୍ତରିତ ହେବ ।

ଫଟୋ ସୌଜନ୍ୟ:ପ୍ରତିନିଧି,ଭୁବନେଶ୍ବର
author img

By

Published : Aug 16, 2019, 9:36 AM IST

Updated : Aug 16, 2019, 2:39 PM IST

ଭୁବନେଶ୍ବର: ସାରା ଦେଶ ଗତକାଲି ଦୁଇ ଦୁଇଟି ପର୍ବ ପାଳନ କରିଛି । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓ ସ୍ବାଧୀନତା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ସରକାରୀ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । କଳିଙ୍ଗ ବୀର ଶାସକ ଖାରବେଳଙ୍କ ନାମରେ ଖାରବେଳ ଭବନ ଉଦଘାଟନ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ୟୁନିଟ 5ରେ ଅବସ୍ଥିତ ଏହି ଭବନରେ ସଚିବାଳୟ/ଲୋକସେବା ଭବନର 11ଟି ବିଭାଗ ସ୍ଥାନାନ୍ତିରତ ହୋଇ କାର୍ଯ୍ୟକରିବ । 8ମ ମହଲା ବିଶିଷ୍ଚ ଏହି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଚାମ୍ବର ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଚାମ୍ବର ରହିବ । ଅପେକ୍ଷା ଗୃହ ଓ ଅଭ୍ୟର୍ଥନା କକ୍ଷ ସହିତ କ୍ୟାଣ୍ଟିନ,କାଫେ,ପ୍ରେସ ବ୍ରିଫିଙ୍ଗ ରୁମ ଓ ସମ୍ମିଳନୀ କକ୍ଷ ମଧ୍ୟ ରହିବ ।

ଏଥିସହ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଗୃହନିର୍ମାଣ ଓ ସହରୀକରଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଶ୍ରମ ଓ ନିୟୋଜନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ, ଶକ୍ତି,ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ସହ ଅଣୁ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ବିଭାଗ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। କୋଠାଟି ନିର୍ମାଣ ହେବା ପାଇଁ 2 ବର୍ଷ ସମୟ ଲାଗିଥିବାବେଳେ 128 କୋଟି ଟଙ୍କା ବ୍ୟୟ କରାଯାଇଛି । ଏଲ.ଆଣ୍ଡ.ଟି କମ୍ପାନୀ ଏହି କୋଠା ନିର୍ମାଣ କରିଛି ।

ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ,ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ,ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁରେଶ ମହାପାତ୍ର ଏନେଇ ଖୁସି ବ୍ୟକ୍ତ କରିବା ସହିତ ଏଠାରେ କର୍ମଚାରୀମାନେ କାମ କରିବାକୁ ଅନେକ ସୁବିଧା ହେବ ବୋଲି କହିଛନ୍ତି। ସେହିପରି ଏହି ନୂଆ ବିଲ୍ଡିଙ୍ଗରେ କାମ କରିବାକୁ ଥିବା ଅଫିସର କର୍ମଚାରୀମାନେ ଖୁସି ଜାହିର କରିବା ସହିତ ନୂତନ ପରିବେଶରେ କାମ କରିବାକୁ ବେଶ ଭଲ ଲାଗିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:

ପବିତ୍ର ରକ୍ଷାବନ୍ଧନ ଓ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ନୂତନ ସରକାରୀ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି।ଯାହାକି କଳିଙ୍ଗ ବୀର ଶାସକ ଖାରବେଳ ଙ୍କ ନାମରେ "ଖାରବେଳ ଭବନ"ଭାବେ ନାମିତ କରାଯାଇଛି।

Body:ୟୁନିଟ 5 ଆଞ୍ଚଳରେ ଅବସ୍ଥିତ ଏହି ଭବନ ଟି 30 ହଜାର ଵର୍ଗ ମିଟର ମଧ୍ୟରେ ଗଢ଼ା ହୋଇଥିବା ଏହି ବିଲ୍ଡିଂଗ ରେ ସଚିବାଳୟ/ଲୋକସେବା ଭବନ ରେ କାର୍ଯ୍ୟକରୁଥିବା 25ଟି ବିଭାଗୀୟ କାର୍ଯ୍ୟାଳୟ ମଧ୍ୟରୁ ଏଠାକୁ 11ଟି ବିଭାଗ ସ୍ଥାନାନ୍ତରିତ ହୋଇ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।ଏହି ବିଲ୍ଡିଂଗ ଟି 8 ମହଲା ବିଶିଷ୍ଟ ହୋଇ ଥିବା ବେଳେ ଏହାର ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର ପାର୍କିଂଗ ପାଇଁ ବ୍ୟବହାର କରାଯିବ।ଏହାବ୍ୟତୀତ ଅନ୍ୟ ଫ୍ଲୋର ଯଥା ପ୍ରଥମ ରୁ ସପ୍ତମ ଯାଏଁ ବିଭିନ୍ନ ବିଭାଗ ର କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ।ଅନ୍ୟ ଯଥା ଅଷ୍ଟମ ଫ୍ଲୋର ଟିକୁ କନ୍ଫରେନ୍ସ ହଲ,ଅଫିସରଙ୍କ ଚ୍ୟାମ୍ବର,ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର ଓ ରୋଷେଇ ପାଇଁ ବ୍ୟବହାର ହେବକୁ ଥିବାବେଳେ ପ୍ରଥମ ଫ୍ଲୋର ରେ ଅପେକ୍ଷା ଗୃହ ଓ ଅଭ୍ୟର୍ଥନା କକ୍ଷ ସହିତ କ୍ୟାଣ୍ଟିନ,କେଫେ,ପ୍ରେସ ବ୍ରିଫିଙ୍ଗ ରୁମ ଓ ସମ୍ମିଳନୀ କକ୍ଷ୍ ରହିବ ବୋଲି ଉଦ୍ଦିଷ୍ଟ ହୋଇଛି।ବର୍ତ୍ତମାନ ସୁଦ୍ଧା ଅନ୍ୟ ମହଲା ଗୁଡିକର ଖୋଲିବାକୁ ଥିବା ବିଭାଗୀୟ କାର୍ଯ୍ୟାଳୟ ଗୁଡିକ ହେଉଛି :ବୟନ,ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ 2ୟ ମହାଲ,ଗୃହନିର୍ମାଣ ଓ ସହରିକରଣ ବିଭାଗ 3ୟ ମହଲା,ଜଙ୍ଗଲ ଓ ପରିବେଶ ବିଭାଗ ଚତୁର୍ଥ ମହଲା,ଶ୍ରମ ଓ ନିୟୋଜନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପଞ୍ଚମ ମହଲା,ଶକ୍ତି,ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ଷଷ୍ଠ ମହଲାରେ ଥିବା ବେଳେ ସପ୍ତମ ମହଲାରେ ଅଣୁ,ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ବିଭାଗ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।
ଏହି ବିଲ୍ଡିଂଗ ନିର୍ମାଣ ପାଇଁ 24 ମାସ ଅର୍ଥାତ 2 ବର୍ଷ ସମୟ ଲାଗିଥିବାବେଳେ ଏହା ପାଇଁ 128 କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏଲ ଆଣ୍ଡ ଟି କମ୍ପାନୀ ଏହାର ନିର୍ମାଣ କାର୍ଯ୍ୟ କରିଥିବାବେଳେ 4 ତାରକା ବିଶିଷ୍ଟ ବିଲ୍ଡିଂଗ ର ମାନ୍ୟତା ହାସଲ କରିଛି।
ଆଜିର ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ମୁଖ୍ୟ ସାଶନ ସଚିବ ଅସିତ ତ୍ରିପାଠୀ,ପୂର୍ବତନ ମୁଖ୍ୟ ସାଶନ ସଚିବ ତଥା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ,ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁରେଶ ମହାପାତ୍ର ଏହି ବିଲ୍ଡିଂଗ ଉଦ୍ଘାଟନ ନେଇ ଖୁସି ବ୍ୟକ୍ତ କରିବା ସହିତ ଏଠାରେ କର୍ମଚାରୀମାନେ କାମ କରିବାକୁ ଅନେକ ସୁବିଧା ହେବ ବୋଲି କହିଛନ୍ତି।ସେହିପରି ଏହି ନୂଆ ବିଲ୍ଡିଂଗରେ କାମ କରିବାକୁ ଥିବା ଅଫିସ ର କର୍ମଚାରୀମାନେ ଖୁସି ଜାହିର କରିବା ସହିତ ନୂତନ ପରିବେଶ ରେ କାମ କରିବାକୁ ବେଶ ଭଲ ଲାଗିବ ବୋଲି କହିଛନ୍ତି।
ବାଇଟ-ସୁରେଶ ମହାପାତ୍ର,ବରିଷ୍ଠ ପ୍ରସାଶନିକ ଅଧିକାରୀ
ବାଇଟ-କର୍ମଚାରୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
Last Updated : Aug 16, 2019, 2:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.