ETV Bharat / city

ଭାଷାଭିତ୍ତିକ ରାଜ୍ୟ ମଧ୍ୟରେ ପ୍ରଥମେ ଓଡିଶା ଗଠନ ହୋଇଥିଲା: ଶେଖର ଗୁପ୍ତା

author img

By

Published : Nov 18, 2021, 7:32 AM IST

Updated : Nov 18, 2021, 10:02 AM IST

ବରିଷ୍ଠ ରାଜନେତା, ଲେଖକ ତଥା ସମ୍ପାଦକ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୮ତମ ଜନ୍ମ ଜୟନ୍ତୀରେ ଦେଶର ସଙ୍ଘୀୟ ବ୍ୟବସ୍ଥା ଉପରେ ବଖାଣିଲେ ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା । ଅଧିକ ପଢନ୍ତୁ

ଭାଷାଭିତ୍ତିକ ରାଜ୍ୟ ମଧ୍ୟରେ ପ୍ରଥମେ ଓଡିଶା ଗଠନ ହୋଇଥିଲା: ଶେଖର ଗୁପ୍ତା
ଭାଷାଭିତ୍ତିକ ରାଜ୍ୟ ମଧ୍ୟରେ ପ୍ରଥମେ ଓଡିଶା ଗଠନ ହୋଇଥିଲା: ଶେଖର ଗୁପ୍ତା

ଭୁବନେଶ୍ବର: ପାଳିତ ହୋଇଯାଇଛି ବରିଷ୍ଠ ରାଜନେତା, ଲେଖକ ତଥା ସମ୍ପାଦକ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୮ତମ ଜନ୍ମ ଜୟନ୍ତୀ । ଏହି କାର୍ଯ୍ୟକ୍ରମ ହରିଶ୍ଚନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ କରାଯାଉ ଥିବାବେଳେ ମୁଖ୍ୟ ଅତିଥି ଭାବେ ପଦ୍ମଭୂଷଣ ବରିଷ୍ଠ ସମ୍ବାଦିକ ଶେଖର ଗୁପତଯୋଗ ଦେଇଥିଲେ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ଓ ସମ୍ପାଦିକା ଲୋପାମୁଦ୍ରା ବକ୍ସିପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା । ସେ କହିଛନ୍ତି ଯେ, ଦୁଇ ପ୍ରକାରରେ ରାଜନୀତିକୁ ବିଭକ୍ତ କରାଯାଏ । ଗୋଟିଏ ସେହି ସବୁ ରାଜ୍ୟ ଯେଉଁମାନେ 40 ସାଂସଦ ଦିଅନ୍ତୁ ଓ ଦ୍ଵିତୀୟ ଓଡ଼ିଶା ପରି ରାଜ୍ୟ ଯେଉଁଠୁ 20 ରୁ 40 ସାଂସଦ ଥାନ୍ତି । ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ହୁଏ ନାହିଁ କି ଏଠି ନିର୍ବାଚନରେ ରୋମାଞ୍ଚ ନାହିଁ । ତେଣୁ ଓଡ଼ିଶା ରାଜନୀତି ସମ୍ପର୍କରେ ଅଧିକ କିଛି ଜାଣି ହୁଏ ନାହିଁ । ଓଡ଼ିଶା ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିକ ଗଠନ ହୋଇଥିଲା । ଯାହା ସ୍ଵାଧିନତା ପୂର୍ବରୁ ହୋଇଥିଲା । ମଧୁସୂଦନ ଦାସଙ୍କ ସମ୍ପର୍କରେ ଏଠି ଜଣା ପଡ଼େ । ଏହା ଦ୍ଵିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟ । ବନ୍ଦେ ଉତ୍କଳ ଜନନୀ ଏହାର ଗୀତ । ଭାରତରେ ସଂଘୀୟ ବ୍ୟବସ୍ଥା ବହୁତ ନମନୀୟ ।

କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀମାନଙ୍କୁ ଖେଳନା କରି ଦେଇଥିଲେ । ଗୋଟିଏ ସମୟରେ ସାରା ଦେଶରେ କଂଗ୍ରେସ ଶାସନ କରୁଥିଲା । ହେଲେ ଯେଉଁ ରାଜ୍ୟରେ କଂଗ୍ରେସ ନଥିଲା, ସେଠି ସରକାର ଭାଙ୍ଗି ଦେଉଥିଲେ । ଯାହାର ଉଦାହରଣ ଥିଲା କେରଳ । ରାଜୀବ ଗାନ୍ଧୀଙ୍କ ଭୁଲ ଯୋଗୁଁ ଶରଦ ପାୱାର ଭାବେ ଜଣେ ବଡ଼ ନେତାଙ୍କ ଜନ୍ମ ହେଲା । ସେ ଜାଣିଲେ ସୋନିଆ ଗାନ୍ଧୀ କେବେ ବି କେନ୍ଦ୍ରରେ ତାଙ୍କୁ ତିଷ୍ଠିବାକୁ ଦେବେନି । କାରଣ ତାଙ୍କୁ ସୋନିଆ ପସନ୍ଦ କରୁନଥିଲେ । ହେଲେ ରାଜ୍ୟରେ ଦଳ କରିଲେ, ତା ପରେ ମୁଲାୟମ ସିଂ ଯାଦବ ଆଉ ଅନ୍ୟମାନେ ଆସିଲେ । ଧୀରେ ଧୀରେ ସଂଘୀୟ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେଲା । ଓଡ଼ିଶା ଆଞ୍ଚଳିକ ଦଳ ଦ୍ୱାରା ଦେଶକୁ ଶକ୍ତି ଦେଇଛି । ହେଲେ ଦୁର୍ବଳ କରି ନାହିଁ । ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ପରି ନେତା ସଂଘୀୟ ବ୍ୟବସ୍ଥାକୁ ସ୍ଥିରତା ଦେଇଛନ୍ତି । ଏମାନଙ୍କ ଭିତରେ ଗୋଟିଏ କଥା ସମାନ, ତାହା ହେଉଛି ବିକାଶ କାମ । ସେମାନେ ବିକାଶରେ ଅଧିକ ଖର୍ଚ୍ଚ କରୁଛନ୍ତି । ଯାହା ପ୍ରତିଶୃତି ଦେଇଥିଲେ ଭୋଟରଙ୍କୁ, ତାହା କରୁଛନ୍ତି ବୋଲି ଶେଖର ଗୁପ୍ତା କହିଛନ୍ତି ।

ସେହିପରି ସମ୍ପାଦିକା ଲୋପାମୁଦ୍ରା କହିଛନ୍ତି ଯେ, ଆଗକୁ କିପରି ଓଡିଆ ଲେଖା ଓ ଓଡିଆ ଭାଷାର ଉନ୍ନତି ହୋଇପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 18, 2021, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.