ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବରୁ ହୋଇପାରୁନାହିଁ ଟୀକାକରଣ। ରାଜ୍ୟରେ ମାତ୍ର ଦୁଇ ଦିନ ପାଇଁ ଟୀକାକରଣ ହୋଇପାରିବ। ଗତକାଲି(ବୁଧବାର) ରାଜ୍ୟରେ 1 ଲକ୍ଷ 10 ହଜାର 889 ଡୋଜ ଟିକା ଦିଆଯାଇଛି। ରାଜ୍ୟରେ କୋଭିସିଲଡ ଟିକା 4 ଲକ୍ଷ 35 ହଜାର 320 ଡୋଜ ରହିଛି। 1 ଲକ୍ଷ 14 ହଜାର 490 ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି। ଅନ୍ୟପଟେ ରାଜ୍ୟରେ ପ୍ରଥମ ଡୋଜର ଟୀକାକରଣ ଓ ଦ୍ୱିତୀୟ ଡୋଜର ଟୀକାକରଣକୁ ନେଇ ଟିକାର ଅଭାବ ଦେଖାଦେଇଛି । ଏନେଇ ଲକ୍ଷ ଧାର୍ଯ୍ୟ ଯାହା ରହିଛି । ଟିକା ଦୁଇ ଦିନ ମଧ୍ୟରେ ସରିଯିବ ।
10 ଦିନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ 25 ଲକ୍ଷ ଟିକା ଦେବା ଲାଗି ଅନୁରୋଧ କରିଛି। ଟିକାର ଅଭାବ ହେତୁ ରାଜ୍ୟରେ ବୁଧବାର 700 ଟି ଟୀକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । କୋରାପୁଟ ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ଟୀକାକରଣ ବନ୍ଦ ରହିଥିଲା। ବର୍ତ୍ତମାନ ସୁଧା ରାଜ୍ୟରେ 38 ଲକ୍ଷ 52 ହଜାର 206 ଟୀକାକରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ