ETV Bharat / city

ଜୁନ୍ 17ରୁ 64ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠପଢା: ଗଣଶିକ୍ଷା ମନ୍ତ୍ରୀ

author img

By

Published : May 10, 2022, 8:05 PM IST

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବାକି ଥିବା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

ଜୁନ୍ 17 ରୁ 64ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠପଢା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ ଅଦ୍ୟାବଧି 250 ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ 64ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକୁ ଆସନ୍ତା ଜୁନ ମାସ 12 ତାରିଖଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି । ଏହି 64ଟି ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଜୁନ୍ ମାସ 17 ତାରିଖଠାରୁ ଷଷ୍ଠ ଶ୍ରେଣୀର ପାଠପଢା ଆରମ୍ଭ କରାଯିବ ।

ସେ କହିଛନ୍ତି ଯେ, ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ 2023 ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ସ୍ଥିର କରାଯାଇଛି । ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲ ନିର୍ମାଣ କାର୍ଯ୍ୟ 2023 ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଛି । ଏହି ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ଆବଶ୍ୟକ ଥିବା 1749ଟି ପଦବୀ ପୂରଣ ପ୍ରକ୍ରିୟା ଆସନ୍ତା ଜୁନ୍‌ ମାସ ମଧ୍ୟରେ ଶେଷ କରିବାକୁ ବୈଠକରେ ନିଷ୍ପରି ଗ୍ରହଣ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.