ETV Bharat / city

STATE CORONA; ଦିନକରେ 628 ପଜିଟିଭ ଚିହ୍ନଟ, 96 ଶିଶୁ ଆକ୍ରାନ୍ତ - କୋରୋନା ଅପଡେଟ

ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 628 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

STATE CORONA; ଦିନକରେ 628 ପଜିଟିଭ ଚିହ୍ନଟ,96 ଶିଶୁ ଆକ୍ରାନ୍ତ

author img

By

Published : Sep 17, 2021, 11:12 AM IST

ଭୁବନେଶ୍ବର: ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । ଏପଟେ ଦୈନିକ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୦୦ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 628 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 96 ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 367 ଜଣ ଥିବା ବେଳେ 261 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 291 ଜଣ ଥିବାବେଳେ ଅନୁଗୋଳରୁ 5, ବାଲେଶ୍ବରରୁ 22, ବରଗଡ଼ରୁ 7, ଭଦ୍ରକରୁ 7, କଟକରୁ 87, ବଲାଙ୍ଗୀରରୁ 1, କଟକରୁ 72, ଦେବଗଡ଼ରୁ 1, ଢେଙ୍କାନାଳରୁ 5, ଗଜପତିରୁ 2, ଗଞ୍ଜାମରୁ 1, ଜଗତସିଂହପୁରରୁ 26, ଯାଜପୁରରୁ 19, ଝାରସୁଗୁଡା 3, କେନ୍ଦ୍ରାପଡ଼ାରୁ 9, କେନ୍ଦୁଝରରୁ 2, କୋରାପୁଟ 16, ମୟୂରଭଞ୍ଜରୁ 22, ନୟାଗଡରୁ 7, ପୁରୀ 9, ରାୟଗଡ଼ାରୁ 4, ସମ୍ବଲପୁରରୁ 8, ସୁନ୍ଦରଗଡ଼ରୁ 23 ଏବଂ ଷ୍ଟେଟ ପୁଲ୍‌ରୁ 66 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 18 ହଜାର 926ରେ ପହଞ୍ଚିଛି । 10ଲକ୍ଷ 4ହଜାର 845 ଏଯାଏଁ ସୁସ୍ଥ ହୋଇଥିବା ବେଳେ 5906ଟି ସକ୍ରିୟ ମାମଲା ରହିଛି । 1 କୋଟି 91ଲକ୍ଷ 28 ହଜାର 253 ସାମ୍ପୁଲ ଗୁରୁବାର ସୁଦ୍ଧା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.