ଭୁବନେଶ୍ବର: ସ୍ବତନ୍ତ୍ର କୋରୋନା ହସ୍ପିଟାଲର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ସରକାରୀ ଅଧିକାରୀ । ସୋଆ ବିଶ୍ବବିଦ୍ୟାଳୟ, ଏମସିଏଲ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ହେବାକୁ ଥିବା ଏହି ହସ୍ପିଟାଲକୁ 15 ଦିନ ମଧ୍ୟରେ ପ୍ରସ୍ତୁତ କରାଯିବାର ଯୋଜନା ରହିଛି । ତେଣୁ ରାଜ୍ୟ ସରକାରଙ୍କ 5ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ସଚିବ ସୌରଭ ଗର୍ଗ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।
ସେହିପରି ସୋଆ ତରଫରୁ ପ୍ରତିଷ୍ଠାତା ମନୋଜ ନାୟକ ଉପସ୍ଥିତ ରହି କାର୍ଯ୍ୟ ଅଗ୍ରଗତି ସଂପର୍କରେ ସରକାରୀ ଟିମକୁ ବୁଝାଇଛନ୍ତି । ଏହି ଅବସରରେ କୁଳପତି ଅଶୋକ ମହାପାତ୍ର, ମେଡିକାଲ ସୁପରଟେଣ୍ଡଣ୍ଟ ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। 1 ହଜାର ଶଯ୍ୟା ବିଶିଷ୍ଟ 2ଟି ସ୍ବତନ୍ତ୍ର କୋରୋନା ହସ୍ପିଟାଲକୁ 15 ଦିନ ଭିତରେ ପ୍ରସ୍ତୁତ କରିବାକୁ ସରକାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ