ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଆକ୍ରାନ୍ତ ନୁହେଁ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଆଜି କୋରୋନାରେ 5ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ପହଞ୍ଚିଛି 1760ରେ ।
କେନ୍ଦୁଝରରେ 65 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ 64 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ମୟୂରଭଞ୍ଜ, ମାଲକାନଗିରି ଓ ନୂଆପଡାରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । ସେଥିରେ ମୟୂରଭଞ୍ଜର 75 ବର୍ଷିୟ ମହିଳା ପ୍ରାଣ ହରାଇଥିବା ବେଳେ ମାଲକାନଗିରିର 40 ବର୍ଷିୟ ମହିଳା ଓ ନୂଆପଡାର 40 ବର୍ଷିୟ ପୁରୁଷଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ