ETV Bharat / city

ଭୁବନେଶ୍ୱରରେ ମଙ୍ଗଳବାର 48 ଆକ୍ରାନ୍ତ, 64 ସୁସ୍ଥ - 48-corona-patient-detected-in-bhubaneswar

ମଙ୍ଗଳବାର ଭୁବନେଶ୍ବରରେ 48 ଜଣ ଚିନ୍ହଟ ହୋଇଥିବା ବେଳେ 64 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ..

48-corona-patient-detected-in-bhubaneswar-today
ଭୁବନେଶ୍ୱରରେ ମଙ୍ଗଳବାର 48 ଆକ୍ରାନ୍ତ, 64 ସୁସ୍ଥ
author img

By

Published : Nov 17, 2020, 4:51 PM IST

ଭୁବନେଶ୍ବର: ରାଜଧାନୀରେ ମଙ୍ଗଳବାର ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର ପାର ହୋଇଛି । ମଙ୍ଗଳବାର ଭୁବନେଶ୍ବରରେ 48 ଜଣ ଚିନ୍ହଟ ହୋଇଥିବା ବେଳେ 64 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 11 ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲୋକାଲ କେସ 37 ରେ ପହଁଚିଛି ।

ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 198 ଛୁଇଁଛି । ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 227 ଜଣ ଚିନ୍ହଟ ହୋଇଛନ୍ତି ।

ହୋମ କ୍ଵରେଣ୍ଟାଇନରେ 11 ଜଣଙ୍କ ମଧ୍ୟରୁ 4 ଜଣ ଚନ୍ଦ୍ରଶେଖରପୁର, 2 ଜଣ ବମୀଖାଲରୁ ଆକ୍ରାନ୍ତ ହୋଇଥିବା ବେଳେ ଜାଗମରା କାନନ ବିହାର, ପଳାଶୁଣି ସାମନ୍ତରାୟପୁର ଓ ସତ୍ୟନାଗରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ।

ଏପଟେ ସ୍ଥାନୀୟ ସଂକ୍ରମଣ 37 ଜଣ ଚିନ୍ହଟ ହୋଇଥିବା ବେଳେ 5 ଜଣ ଲକ୍ଷ୍ମୀ ସାଗରରୁ, 3 ଜଣ ବାପୁଜିନଗରରୁ, 2 ଜଣ ବରମୁଣ୍ଡାରୁ, 2 ଜଣ ଆଇ ଆର ସି ଭିଲେଜରୁ, 3 ଜଣ ନୟାପଲିରୁ, 3 ଜଣ ପଟିଆରୁ, 2 ଜଣ ଓଲଡ଼ ଟାଉନରୁ, 3 ଜଣ ରସୁଲଗଡ଼ରୁ, 3 ଜଣ ଟଙ୍କପାଣି ରୋଡ଼ ଅମସିଗଲାରୁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.