ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ 401 କୋରୋନା ଆକ୍ରାନ୍ତ । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ରାଜ୍ୟରେ ମୋଟ 7407 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ସମସ୍ୟା ଓ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 21 ଟି ଜିଲ୍ଲାରେ 401 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସୁସ୍ଥ ହୋଇଛନ୍ତି 100, ଗଜପତିରେ 67, କଟକରେ 42, ଦେଓଗଡରେ 19, କୋରାପୁଟରେ 18 ଜଣ ଖୋର୍ଦ୍ଧାରେ 15, ବରଗଡ 14, ଭଦ୍ରକ 14 ଜଣ ସୁସ୍ଥ ହୋଇଛନ୍ତି ।
ବାଲେଶ୍ବରରେ 12, କେନ୍ଦୁଝର 10, ମାଲକାନଗିରି 10, ଜଗତସିଂହପୁରରେ 9, ଝାରସୁଗୁଡା ଓ ମୟୁରଭଞ୍ଜରେ 7, କନ୍ଧମାଳରେ 6, ନୟାଗଡ ଓ ସମ୍ବଲପୁରରେ 5 ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି । ସେପଟେ ନବରଙ୍ଗପୁରରେ 4, କେନ୍ଦ୍ରାପଡାରେ 3 ଓ ଢେଙ୍କାନାଳରେ 2 ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ