ETV Bharat / city

ପିପିଲିର 4 ପଞ୍ଚାୟତ କଂଗ୍ରେସ କମିଟି ସଭାପତି ବିଜେଡିରେ ସାମିଲ

author img

By

Published : Apr 27, 2021, 3:58 PM IST

ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବିଜେଡିରେ ସାମିଲ୍ । ଅଧିକ ପଢନ୍ତୁ....

ପିପିଲିର 4 ପଞ୍ଚାୟତ କଂଗ୍ରେସ ସଭାପତି ବିଜେଡିରେ ସାମିଲ

ଭୁବନେଶ୍ବର: ପିପିଲିରେ ଭାଙ୍ଗୁଛି କଂଗ୍ରେସ ଓ ବିଜେପିର ଗଡ଼ । ବଢୁଛି ବିଜେଡିର ଶକ୍ତି । ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଉଛନ୍ତି ଅନେକ ତୁଙ୍ଗ ନେତା ଓ କର୍ମୀ । ଏହି ପରିପ୍ରେକ୍ଷୀରେ ପୁଣି ଆଜି(ମଙ୍ଗଳବାର) ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବିଜେଡିରେ ସାମିଲ୍ ହୋଇଛନ୍ତି ।

ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ବରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏମାନେ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ତଥା ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଉପସ୍ଥିତ ଥିଲେ । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ବତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଇପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ନୃସିଂହ ବେହେରା, ଯଶୁଆପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି କାଳୁଚରଣ ପ୍ରଧାନ ଏବଂ ରଥ-ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଜୟନ୍ତ କୁମାର ପରିଡ଼ା ବିଜେଡ଼ିରେ ଯୋଗ ଦେଇଛନ୍ତି । ଏମାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.