ETV Bharat / city

ବାତ୍ୟା ମୁକାବିଲା କରିବାକୁ 4 ଜିଲ୍ଲା ପାଇଁ 4 ଆଇଏଏସ ନିଯୁକ୍ତ - ବାତ୍ୟା ମୁକାବିଲା

ବାତ୍ୟାକୁ ନେଇ ରାଜ୍ୟ ସରକରାଙ୍କ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିରେ ପ୍ରସ୍ତୁତି ଅଭିଯାନ ଜାରି ରହିଛି । ବାତ୍ୟାର ମୁକାବିଲା ପାଇଁ 4 ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ବାତ୍ୟା ମୁକାବିଲା କରିବାକୁ 4 ଜିଲ୍ଲା ପାଇଁ 4 ଆଇଏଏସ ନିଯୁକ୍ତ

author img

By

Published : May 18, 2020, 6:03 PM IST

ଭୁବନେଶ୍ବର: ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା 'ଅମ୍ଫାନ' । ପାରାଦ୍ବୀପଠାରୁ ଏହା 780 କିମି ଦୂରରେ ରହିଛି । ତେବେ ସୋମବାର ସଂଧ୍ୟାରେ ଏହା ମହାବାତ୍ୟାର ରୂପ ନେବା ସହ ଆସନ୍ତା 20ରେ ଦିଘା ଓ ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ । ବାତ୍ୟାକୁ ନେଇ ରାଜ୍ୟ ସରକରାଙ୍କ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିରେ ପ୍ରସ୍ତୁତି ଅଭିଯାନ ଜାରି ରହିଛି । 12 ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଜିଲ୍ଲାପାଳ ଓ ସଚିବଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାତ୍ୟାର ମୁକାବିଲା ପାଇଁ 4 ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ଦିଆଯାଇଛି ।

ବାତ୍ୟା ମୁକାବିଲା କରିବାକୁ 4 ଜିଲ୍ଲା ପାଇଁ 4 ଆଇଏଏସ ନିଯୁକ୍ତ
ବାତ୍ୟା ମୁକାବିଲା କରିବାକୁ 4 ଜିଲ୍ଲା ପାଇଁ 4 ଆଇଏଏସ ନିଯୁକ୍ତ

ପରିବହନ ବିଭାଗ ପ୍ରମୂଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ଵର, ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କୁ ଭଦ୍ରକ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଓ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହିତ ଏହି ଆଇଏଏସ ଅଧିକାରୀମାନେ କାର୍ଯ୍ୟ କରିବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.