ETV Bharat / city

ରାଜଧାନୀରୁ ସାଢେ ୪ କୋଟିର ବ୍ରାଉନସୁଗାର ଜବତ, ଏସଟିଏଫ ଭାଙ୍ଗିଲା ପୁରୁଣା ରେକର୍ଡ - ରାଜଧାନୀ

ଏସଟିଏଫ ହାତରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ। ରସୁଲଗଡ ଛକରୁ ଜବତ ହୋଇଛି ସାଢେ ୪ କୋଟି ଟଙ୍କାର ବ୍ରାଉନସୁଗାର । ୪କେଜି ୪୮୬ ଗ୍ରାମ ବ୍ରାଉନସୁଗାର ବୋଲେର ଯୋଗେ ଯାଉଥିବା ବେଳେ ଜବତ କରିଛି ଏସଟିଏଫ ଟିମ। ଅଧିକ ପଢନ୍ତୁ..

4-dot-5-core-rupees-of-brown-sugar-seized-by-stf-crimebranch

author img

By

Published : Jun 19, 2020, 10:22 PM IST

ଭୁବନେଶ୍ବର: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚକୁ ବଡ ସଫଳତା । ଏସଟିଏଫ ହାତରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ। ରସୁଲଗଡ ଛକରୁ ଜବତ ହୋଇଛି ସାଢେ ୪ କୋଟି ଟଙ୍କାର ବ୍ରାଉନସୁଗାର । ୪କେଜି ୪୮୬ ଗ୍ରାମ ବ୍ରାଉନସୁଗାର ବୋଲେର ଯୋଗେ ଯାଉଥିବା ବେଳେ ଜବତ କରିଛି ଏସଟିଏଫ ଟିମ।

ରାଜଧାନୀରୁ ସାଢେ ୪ କୋଟିର ବ୍ରାଉନସୁଗାର ଜବତ, ଏସଟିଏଫ ଭାଙ୍ଗିଲା ପୁରୁଣା ରେକର୍ଡ

ତେବେ ଚାଲାଣ କରୁଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡର ସୁରାକ ଲାଗିଛି ଏସଟିଏଫ ହାତରେ। ତିନି ଅଭିଯୁକ୍ତ ହେଲେ ବାଲେଶ୍ବର ନିଳଗିରିର ଦେବାଶିଷ ବେହେରା, ବାଲେଶ୍ବର ଟାଉନର ଏସ କେ କଉସର ଅଲି ଓ ପ୍ରବୀର କୁମାର ସିଂ।

ତେବେ ଏହି ଜବତ ପରିମାଣର ଏଯାବତ ଓଡିଶା ଇତିହାସରେ ସବୁଠୁ ଅଧିକ ପରିମାଣର ଜବତ ବୋଲି କହିଛନ୍ତି ପୋଲିସ ଡିଜି। ତେବେ ଜାନୁଆରିରୀ ପହିଲାରୁ ଏଯାବତ ଏସଟିଏଫ ୧୯ଟି କେସରେ ୧୨କେଜି ୨୫ ଗ୍ରାମର ବ୍ରାଉନସୁଗାର ସହ ୩୯ ଜଣଙ୍କୁ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.