ETV Bharat / city

ଆଜିଠୁ ରାଜଧାନୀରେ ସେରୋ ସର୍ଭେଲାନ୍ସର ତୃତୀୟ ପର୍ଯ୍ୟାୟ ଟେଷ୍ଟ - serosurveillance test started in capital

ଆଜି (ଶୁକ୍ରବାର) ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସ ଥାର୍ଡ ଫେଜ । ୨୫ ଟି ୱାର୍ଡରେ ପ୍ରାୟ ୧୫୦୦ଟି ଟେଷ୍ଟ କରାଯିବ । ଶୁକ୍ରବାର ଭୁବନେଶ୍ବର ନୟାପଲ୍ଲି, ଜୟଦେବ ବିହାର,ନୀଳାଦ୍ରି ବିହାର ଅଞ୍ଚଳରେ ନମୁନା ଟେଷ୍ଟ କରାଯାଇଛି ।

ଆଜିଠୁ ରାଜଧାନୀରେ ସେରୋ ସର୍ଭେଲାନ୍ସର ତୃତୀୟ ପର୍ଯ୍ୟାୟ ଟେଷ୍ଟ

author img

By

Published : Oct 16, 2020, 1:28 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ ସମୟରେ ଏବେ ସ୍ପଷ୍ଟ ହେବ କେତେ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟିବଡି ବିକଶିତ ହୋଇଛି । ଆଜି (ଶୁକ୍ରବାର) ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସ ଥାର୍ଡ ଫେଜ । ୨୫ ଟି ୱାର୍ଡରେ ପ୍ରାୟ ୧୫୦୦ଟି ଟେଷ୍ଟ କରାଯିବ । ଶୁକ୍ରବାର ଭୁବନେଶ୍ବର ନୟାପଲ୍ଲି, ଜୟଦେବ ବିହାର,ନୀଳାଦ୍ରି ବିହାର ଅଞ୍ଚଳରେ ନମୁନା ଟେଷ୍ଟ କରାଯାଇଛି ।

ଆଜିଠୁ ରାଜଧାନୀରେ ସେରୋ ସର୍ଭେଲାନ୍ସର ତୃତୀୟ ପର୍ଯ୍ୟାୟ ଟେଷ୍ଟ

ସ୍ମାର୍ଟସିଟିରେ ଦିନକୁ ଦିନକୁ କୋରୋନା କାୟା ବିସ୍ତାର କରିବାରେ ଲାଗିଛି,ଏଭଳି ସମୟରେ ବିଏମସି ପକ୍ଷରୁ ସମସ୍ତ ଚେଷ୍ଟା ବିଫଳ ହେବାର ପରିଲକ୍ଷିତ ହେଉଛି । କାରଣ କୋରୋନା ସଂକ୍ରମଣ ବ୍ରେକ ଧରିବାର ନାଁ ଧରୁନି । ତଥାପି ସେରୋ ସର୍ଭେଲାନ୍ସ କହିବ ଭୁବନେଶ୍ବରରେ କେତେ ସଂଖ୍ୟାରେ ଆଣ୍ଟିବଡି ବିକଶିତ ହୋଇଛି ? ସଂକ୍ରମଣ ହାର କେତେ? ବିଶେଷକରି ଗୋଷ୍ଠି ସଂକ୍ରମଣ ମୁଁହା ରାଜଧାନୀ ଭୁବନେଶ୍ବର ନା ନାହିଁ?

ସେଥିପାଇଁ ବିଏମସି ଓ ଆଇସିଏମଆର ପକ୍ଷରୁ ଭୁବନେଶ୍ବରରେ ଶୁକ୍ରବାର ଠାରୁ 3ୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ ଆରମ୍ଭ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ହୁଏତ ଆହୁରି ଅଧିକ ସ୍ପଷ୍ଟ ହେବ କେତେ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି । ଏଭଳି ଟେଷ୍ଟକୁ ଜନସାଧାରଣ ସ୍ବାଗତ କରିଥିବା ବେଳେ ବିଏମସିର ଯୁକ୍ତି ଦୈନିକ ଟେଷ୍ଟ ସଂଖ୍ୟା ୪୦୦୦କୁ ବୃଦ୍ଧି ପାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ୨.୫ % ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇଥିବା ବେଳେ 2ୟ ପର୍ଯ୍ୟାୟରେ ୫ %ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିଲା ତେବେ ତୃତୀୟ ପର୍ଯ୍ୟାୟରେ ସ୍ପଷ୍ଟ ହେବ କୋରୋନା ନିୟନ୍ତ୍ରଣ କେବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.