ଭୁବନେଶ୍ବର: ଚଳିତ ବର୍ଷ ଯୁକ୍ତ 2 ପରୀକ୍ଷା ମାର୍ଚ୍ଚ 3 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷା ଦେବେ ରାଜ୍ୟର ସାଢେ 3ଲକ୍ଷ ଛାତ୍ରଛାତ୍ରୀ । ଶୃଙ୍ଖଳିତ ଓ କପି ମୁକ୍ତ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । 2ଟି ପର୍ଯ୍ୟାୟରେ କରାଯିବ ଛାତ୍ରଛାତ୍ରୀଙ୍କ ଚେକିଂ ।
ଯୁକ୍ତ 2 ପରୀକ୍ଷା ପରିଚାଳନା ନେଇ ସିଏଚଏସଇର(ମାଧ୍ୟମିକ ଶିକ୍ଷା ପରିଷଦ) ପ୍ରେସମିଟ କରିଛି । 1 ହଜାର 143ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିଟିଟିଭି ଲଗାଯିବା ନେଇ ସ୍ପଷ୍ଟ କରାଯିବ । ଏହା ସହ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନ ପତ୍ରରେ କୌଣସି ଚିହ୍ନ ରହିବ ନାହିଁ ।
ସମସ୍ତ ପରୀକ୍ଷା କେନ୍ଦ୍ରରେ ଥିଓରୀ ପେପର ପହଞ୍ଚିବା ସହ ସିସିଟିଭି ଲଗାଯାଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପଠାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ 11 ମାର୍ଚ୍ଚରେ ପଠାଯିବ । ଏଥର କଳାରେ ପରୀକ୍ଷା ଦେବେ 2 ଲକ୍ଷ 20 ହଜାର 437, ବିଜ୍ଞାନରେ ପରୀକ୍ଷା 97 ହଜାର 546 ଓ ବାଣିଜ୍ୟରେ 25 ହଜାର 785 ଓ ଧନ୍ଦାମୂଳକ ପରୀକ୍ଷାରେ 7 ହଜାର 032 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବ ।
ନିଜର ଆଡମିଟ କାର୍ଡରେ ଲାଗିଥିବା ଫଟୋକୁ ଭଲଭାବରେ ପରଖିବା ସହ ଯେଭଳି ନକଲି ପରିକ୍ଷାର୍ଥୀ ସାମ୍ନାକୁ ନଆସନ୍ତି ସେହିଭଳି ଭାବରେ କଡା ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରକୁ 30 ମିନିଟ ପୂର୍ବରୁ ଛାତଛାତ୍ରୀଙ୍କୁ ଆସିବାକୁ ଅନୁରୋଧ କରାଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ