ETV Bharat / city

10 ଡିଗ୍ରୀ ତଳକୁ 3 ସହର, ସୋନପୁର ସବୁଠୁ ଥଣ୍ଡା ସହର - ଓଡିଶା ପାଣିପାଗ ବିଭାଗ

ଆରମ୍ଭ ହୋଇଯାଇଛି ଶୀତ ଲହରୀ। 10 ଡିଗ୍ରୀ ତଳେ ରହୁଛି 3ଟି ସହରର ତାପମାତ୍ରା । ସୋନପୁର ପାଲଟିଛି ସବୁଠୁ ଶୀତଳ ସହର । ଅଧିକ ପଢନ୍ତୁ...

10 ଡିଗ୍ରୀ ତଳକୁ 3 ସହର, ସୋନପୁର ସବୁଠୁ ଥଣ୍ଡା ସହର

author img

By

Published : Nov 9, 2020, 11:55 AM IST

ଭୁବନେଶ୍ବର: ଶୀତର ଆଗମନରେ ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତର ଲହରୀ। ପ୍ରତ୍ୟେକ ଦିନ ଏବେ 10 ଡିଗ୍ରୀ ତଳେ ରହୁଛି 3ଟି ସହରର ତାପମାତ୍ରା। ଥଣ୍ଡାରେ ଥରୁଛନ୍ତି ଲୋକେ। ସକାଳୁ ସକାଳୁ ଲାଗୁଛି ଚା' ଦୋକାନରେ ପ୍ରବଳ ଭିଡ । ତେବେ ସୋମବାର ରିପୋର୍ଟ ଅନୁସାରେ ୯.୪ ଡିଗ୍ରୀ ସେଲସିୟସ ସହ ସୋନପୁର ପାଲଟିଛି ସବୁଠୁ ଥଣ୍ଡା ସହର।

ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ, ରାଜ୍ୟର ୧୧ଟି ସ୍ଥାନରେ ୧୫ ଡିଗ୍ରୀ ଠାରୁ କମ ତାପମାତ୍ରା ରେକର୍ଡ ହୋଇଛି । ସୋନପୁର ୯.୪ C ଦାରିଙ୍ଗବାଡି ୯.୫ C, ଫୁଲବାଣୀ ୧୦.୦ C, ଅନୁଗୁଳ ୧୧.୦ C, କୋରାପୁଟ ୧୧.୨ C, ଭବାନୀପାଟଣା ୧୧.୪ C, ଝାରସୁଗୁଡା ୧୩.୪ C, ତାଳଚେର ୧୩.୫°C, ବଲାଙ୍ଗୀର୧୪.୦ C, କେନ୍ଦୁଝର ୧୪.୪ C, ଏବଂ ମାଲକାନଗିରି ୧୪.୫°C ତାପମାତ୍ରା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ୧୬.୩°C ତାପମାତ୍ରା ରେକର୍ଡ ହୋଇଥିବା ବେଳେ, କଟକ ରେ ୧୬.୦°C ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.