ETV Bharat / city

ଗାଡି ଚଳାଇବା ବାହାନା ନେଇ ଚୋରି, ଡ୍ରାଇଭର ସହ ତିନି ଗିରଫ

ଗାଡି ଚଳାଇବା ବାହାନା କରି ଚୋରି । ଖଣ୍ଡଗିରିରୁ ଗାଡି ଚୋରି ହୋଇଥିବା ଗାଡି ଗଞ୍ଜାମରୁ ଜବତ । 3 ଅଭିଯୁକ୍ତକୁ ଧରିଲା ପୋଲିସ ।

author img

By

Published : Jul 27, 2019, 2:34 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର : ତିନି ଗାଡି ଚୋରଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ଦୁଇ ଟ୍ରାଭେରା ସହ ଗୋଟିଏ ବାଇକ ଜବତ । ଅଭିନବ ଉପାୟରେ ଚୋରି କରୁଥିଲେ ଏହି 3 ଚୋର । ଡ୍ରାଇଭର ଭାବେ ଗାଡି ମାଲିକ ମନରେ ବିଶ୍ବାସ ଦିଅନ୍ତି । ଆଉ ଗାଡି ଚଳାଇବାର ଅନୁମତି ମିଳିଗଲା ପରେ କୌଶଳକ୍ରମେ କରନ୍ତି ଚୋରି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅଧୀନରେ ଥିବା ବରି ଅଞ୍ଚଳରେ ବ୍ୟବସାୟୀ ଦିନେଶ ମିଶ୍ର ପରିବାର ସହ ରୁହନ୍ତି । ଜୁନ ମାସ ପୂର୍ବରୁ ସାଲିଆ ସାହିରେ ରହୁଥିବା ସନ୍ତୋଷ ସାହୁ ନାମକ ଜଣେ ଯୁବକ ଦିନେଶଙ୍କ ଗାଡି ଚଳାଇବା ଆରମ୍ଭ କରିଥିଲା । ହେଲେ ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସାମିଲ ଥିବାରୁ ମଝିରେ ଦିନେଶଙ୍କ ଗାଡି ଚଳାଇନଥିଲେ ।

ପୁଣି କିଛି ମାସ ପରେ ଦିନେଶଙ୍କୁ ଅନୁରୋଧ କରି ପୁଣିଥରେ ଗାଡି ଚଳାଇଥିଲା ସନ୍ତୋଷ । ହେଲେ 4 ଦିନ କାମ କରିବା ପରେ ଦିନେଶଙ୍କ ଏକ ଖରାପ ହୋଇପଡିଥିବା ଏକ ଟ୍ରାଭେରା ଗାଡିରେ ବ୍ୟାଟେରୀ ଓ ପେଟ୍ରୋଲ ପକାଇ ନେଇ ଯାଇଥିଲା । ଏହି ବିଷୟରେ ଦିନେଶ ଜାଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ଗାଡିଟିକୁ ଗଞ୍ଜାମର ମାଆ ତାରାତାରିଣୀ ମନ୍ଦିର ନିକଟରୁ ଜବତ କରିଥିଲା । ଗାଡିର ନମ୍ବର ବଦଳାଯାଉ ଥିବା ବେଳେ ସେହି ସ୍ଥାନରୁ ସନ୍ତୋଷ ସାହୁ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ଖଣ୍ଡଗିରି ପୋଲିସ। ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଗାଡି ଚଲାଇବା କହି ବିକ୍ରି ଉଦ୍ୟମ, ଡ୍ରାଇଭର ସହ ତିନି ଗିରଫ।

ରାଜଧାନିରୁ ତିନି ଗାଡି ଚୋରଙ୍କୁ ଗୁରଫ କଲା ଖଣ୍ଡଗିରି ପୋଲିସ । ମାଲିକର ମନରେ ବିଶ୍ୱାସ ଦିଅନ୍ତି। ଗାଡି ଚଳାଇବା ଓ ପରବର୍ତୀ ସମୟରେ ସେହି ଗାଡିକୁ ଚୋରି କରି ବାହାରେ ବିକ୍ରି କରନ୍ତି। ତେବେ ଗାଡି ଓ ମାଲିକଙ୍କୁ ଦେଖି ଗାଡି ଚୋରି କରୁଛନ୍ତି । ଜୁନ ମାସରେ ଖଣ୍ଡଗିରି ଅଂଚଳରୁ ଚୋରି କରିଥିବା ଟାବେରା ଓ ଏକ ବାଇକ କୁ ଜବତ କଲା ପୋଲିସ। ଡ୍ରାଇଭର ସହ ତାର ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

Body:

ସୂଚନାଅନୁଯାଇ, ଖଣ୍ଡଗିରି ଥାନା ଅଧୀନରେ ଥିବା ବରୀ ଅଂଚଳରେ ରୁହନ୍ତି ପରିବାର ସହ ଦିନେସ କୁମାର ମିଶ୍ର। ଦିନେସ ଜଣେ ବ୍ୟବସାୟ ଆଟନ୍ତି। ଜୁନ ମାସ ପୂର୍ବରୁ ସାଳିଆ ସାହିରେ ରହୁଥିବା ସନ୍ତୋଷ କୁମାର ସାହୁ ଦିନେସ ଙ୍କ ର ଏକ ଗାଡି ଚଳାଉଥିଲେ। ହେଲେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ ରେ ସନ୍ତୋଷ ଲିପ୍ତ ରହିଥିଲା। ଏହା ଜାଣିବା ପରେ ଦିନେସ ସନ୍ତୋଷକୁ ଗାଡି ଚଲେଇବା ପାଇଁ ମନା କରିବା ସହ ଅନ୍ୟଠି ଏକ କାମ ମିଳିଯାଇଛି କହି ପଳେଇ ଯାଇଥିଲା। କିଛି ମାସ ପରେ ଦିନେସ ଙ୍କୁ ଅନୁରୋଧ କରି ପୁଣିଥରେ ଗାଡି ଚଳାଇଥିଲା ସନ୍ତୋଷ। ହେଲେ 4 ଦିନ କାମ କରିବା ଦିନେସ ଙ୍କ ଏକ ଖରାପ ହୋଇପଡିଥିବା ଏକ ଟାବେରା ଗାଡିରେ ବେଟେରି ଓ ପେଟ୍ରୋଲ ପକାଇ ନେଇ ଯାଇଥିଲା। ଏହା ମାଲିକ ଦିନେସ ଜାଣିବା ପରେ ଖଣ୍ଡଗିରି ଥାନାରେ ଏକା ଅଭିଯୋଗ କରିଥିଲେ। ଦିନେସଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଓ ଗାଡିଟିକୁ ଗଂଜାମ ର ମା ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଲୁଚେଇକି ରଖିଥିଲେ। ଗାଡିର ନମ୍ବର ବଦଳାଯାଉଥିବା ବେଲେ ସେହି ସ୍ଥାନରୁ ସନ୍ତୋଷ ସାହୁ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ଖଣ୍ଡଗିରି ପୋଲିସ। ଏମାନେ ସାଧାରଣତଃ ଗାଡି ଚୋରି କରି ବାହାର ଜିଲ୍ଲାରେ ନମ୍ବର ବଦଳାଇ ବିକ୍ରି କରନ୍ତି। ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ଖଣ୍ଡଗିରି ଅଂଚଳରେ ଦିନକୁ ଦିନ ଗାଡି ଚୋରି ହେବାରେ ଲାଗିଛି। ହେଲେ କମିଶନରେଟ ପୋଲିସ ଅଳ୍ପ ଦିନ ଭିତରେ ଚୋରି ଗାଡି ଜବତ କରିବା ସହ ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀ କୁ ଗିରଫ କରିଛି କମିଶନରେଟ ପୋଲିସ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.