ETV Bharat / city

ରାଜନୀତିରେ ନବୀନଙ୍କ 25 ବର୍ଷ ପୂରଣ, ଅପରାଜେୟ ଭାବେ କରୁଛନ୍ତି ଶାସନ

author img

By

Published : Jun 1, 2022, 9:05 PM IST

ରାଜନୀତିରେ ନବୀନ ଥିବା ନବୀନ ଏବେ ପୋଖତ । ପିତା ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ । 1997 ଜୁନ 1ରେ ଆସ୍କା ଲୋକସଭାରୁ ବିଜୟୀ ହୋଇ ସାଂସଦ ହୋଇଥିଲେ ନବୀନ । ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ନବୀନ । ଅଧିକ ପଢନ୍ତୁ

ରାଜନୀତିରେ ନବୀନଙ୍କ 25 ବର୍ଷ ପୂରଣ
ରାଜନୀତିରେ ନବୀନଙ୍କ 25 ବର୍ଷ ପୂରଣ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ନବୀନ ପଟ୍ଟନାୟକ । କେବଳ ରାଜ୍ୟ କାହିଁକି ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ବର୍ଗରେ ସେ ସାମିଲ । ବିଚକ୍ଷଣ ନେତୃତ୍ବ, ବିକାଶଶୀଳ ଚିନ୍ତାଧାରା ତାଙ୍କୁ ଅନ୍ୟ ନେତାଙ୍କ ମଧ୍ୟରେ ଅଲଗା କରେ । ଆଜି ସେହି ନେତା ତାଙ୍କ ରାଜନୈତିକ ଜୀବନର 25 ବର୍ଷ ପୁରା କରିଛନ୍ତି ।

  • ଜନମ କରୁଛି ସଫଳ ତୋୟ ଦାନେ ତୋଷି ତୀରବାସୀ ସକଳ - ସ୍ଵଭାବ କବି ଗଙ୍ଗାଧର ମେହେର

    It has been a nostalgic journey in public life. 25 years back on this day, I was elected as an MP from my state. Gratitude to my 4.5 Cr family for their enduring love & unwavering support.

    #JaiJagannatha🙏 pic.twitter.com/TVaU5UFhDa

    — Naveen Patnaik (@Naveen_Odisha) June 1, 2022 " class="align-text-top noRightClick twitterSection" data=" ">

ରାଜନୀତିରେ ନବୀନ ଥିବା ନବୀନ ଏବେ ପୋଖତ । ପିତା ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ । 1997 ଜୁନ 1ରେ ଆସ୍କା ଲୋକସଭାରୁ ବିଜୟୀ ହୋଇ ସାଂସଦ ହୋଇଥିଲେ ନବୀନ । ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ନବୀନ । ଏହା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ବି ଛାତ୍ର ଓ ଯୁବାବସ୍ଥାରେ ତାଙ୍କର ରାଜନୀତିରେ ବିଶେଷ ରୁଚି ନଥିବା ପରିଲକ୍ଷିତ ହୋଇଥିଲା ।

  • ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି। ସମାଜର ତୃଣମୂଳସ୍ତରରେ ଥିବା ଲୋକର କଲ୍ଯାଣ ଓ ଉନ୍ନତି ପାଇଁ ଆପଣଙ୍କ ନିଷ୍ଠା ଏବଂ ସମର୍ପଣ ଭାବ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ।

    — Pranab Prakash Das (@pranabpdas) June 1, 2022 " class="align-text-top noRightClick twitterSection" data=" ">

ହେଲେ ରାଜନୀତିକୁ ପ୍ରବେଶ କରବାଠୁ ନବୀନଙ୍କ ଠାରୁ କ୍ଷମତା ଦୁରେଇ ପାରିନାହିଁ । ଓଡିଶା ରାଜନୀତିରେ ନବୀନ 25 ବର୍ଷ ପୁରା କରିଛନ୍ତି । ଲୋକଙ୍କ ସେବାରେ 25 ବର୍ଷ ଧରି ଥିବାରୁ ରାଜ୍ୟବାସୀ ତାଙ୍କ ଉପରେ ଆଶୀର୍ବାଦ ଢାଳି ଚାଲିଛନ୍ତି । ନବୀନ ଏ ପରି ଏକ ନେତା ଯିଏ ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ । 25 ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମଥର ସାଂସଦ ହୋଇଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳିର ତୃତୀୟ ବର୍ଷ ପୁରା କରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସେ ରାଜ୍ୟରେ ଏକମାତ୍ର ଅପ୍ରତିଦ୍ବନ୍ଦି ଅପରାଜେୟ ନେତା ।

ଗତ 25 ବର୍ଷ ମଧ୍ୟରେ ରାଜନୀତିରେ ନା ତାଙ୍କୁ କେହି ଚ୍ୟାଲେଞ୍ଜ କରିପାରୁଛନ୍ତି । ନା ତାଙ୍କ ନିକଟତର ହୋଇପାରୁଛନ୍ତି । ସଦା ଶାନ୍ତ ସ୍ଵଭାବର ନବୀନ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଆସିକାରୁ ଉପନିର୍ବାଚନରେ ଜିତିଥିଲେ । 2 ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡିଶାର ଶାସନ ଭାର ସମ୍ଭାଳିଥିଲେ । ଅବିବାହିତ ନବୀନ ସାଢେ 4 କୋଟି ଓଡିଶାବାସୀଙ୍କୁ ତାଙ୍କ ପରିବାର ବୋଲି କୁହନ୍ତି ।

ରାଜ୍ୟବାସୀଙ୍କ ସ୍ବାର୍ଥ ଓ ସମୃଦ୍ଧି ପାଇଁ କାମ କରିଚାଲିଛନ୍ତି ନବୀନ । ଓଡିଶା ବିକାଶର ନୂଆ ନକ୍ସା ସହ ପ୍ରଗତି ଧାରାକୁ ସାଥୀରେ ନେଇ ଆଗକୁ ବଢିଚାଲିଛନ୍ତି ନବୀନ । ବୟସ ବଢିବା ସହ ତାଳଦେଇ ବଢିଚାଲିଛି ତାଙ୍କର ରାଜ୍ୟ ବିକାଶର ଇଚ୍ଛା ଶକ୍ତି । ବିଭିନ୍ନ ଲୋକାଭିମୁଖୀ ଯୋଜନା ସାଙ୍ଗକୁ ଦଳୀୟ ସଂଗଠନର ସଠିକ ପରିଚାଳନା ତାଙ୍କ ସଫଳତାର ମାପକାଠି । 5ଟି ମୋ ସରକାରର ସଫଳତା ସାଙ୍ଗକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନଙ୍କ ଲାଗି ବରଦାନ ସାବ୍ୟସ୍ତ ହୋଇଛି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଲୋକଙ୍କ ନିକଟରେ ନବୀନଙ୍କୁ ଗ୍ରହଣୀୟ କରି ତୋଳିଛି । ସରକାରୀ ସ୍କୁଲର ରୂପାନ୍ତରିକରଣ, ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନର ବିକାଶ ନବୀନଙ୍କ ଲାଗି ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଛି । ହକି ସହିତ ଅନ୍ୟାନ୍ୟ କ୍ରୀଡା କ୍ଷେତ୍ରରେ ନବୀନଙ୍କ ଅବଦାନ ଅତୁଳନୀୟ ହୋଇଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତ କରିବା ନବୀନଙ୍କ ଲୋକପ୍ରିୟତାକୁ ବଢାଇ ଚାଲିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବିଶ୍ଵରେ ଅଦ୍ଵିତୀୟ କରି ପାରିଛି । ସଦ୍ୟ କୋଭିଡ ମୁକାବିଲାରେ ସଫଳତା ସାଙ୍ଗକୁ ଦେଶର ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗଣ ବିଶ୍ବସ୍ତରରେ ତାଙ୍କୁ ପ୍ରଶଂସିତ କରିଛି । ଏହା ଭିତରେ ଦଳୀୟ କନ୍ଦଳ ଓ ସରକାରୀ ସ୍ତରରେ ଅନେକ ବିବାଦର ସମ୍ମୁଖୀନ ହୋଇଥିବା ନବୀନ ଆଗରେ ଫେଲ ମାରୁଛନ୍ତି ବିରୋଧୀ । ଗତ 25 ବର୍ଷ ମଧ୍ୟରେ ଅନେକ ଥର ଜଟିଳ ସମୟ ମଧ୍ୟରେ ଦେଇ ଗତି କରିଥିଲେ ବି ତାଙ୍କ ରାଜନୈତିକ ଯାତ୍ରାରେ ବ୍ରେକ ଲାଗିନାହିଁ ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.