ETV Bharat / city

ରାଜ୍ୟରେ ସର୍ବାଧିକ କୋରୋନାରେ ସୁସ୍ଥ ହେଲେ 243 - 243 corona patient recovery in bbsr

ମଙ୍ଗଳବାର ରାଜ୍ୟରେ 243 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ରାଜ୍ୟରେ ମୋଟ 5189 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ ସର୍ବାଧିକ କୋରୋନାରେ ସୁସ୍ଥ ହେଲେ 243

author img

By

Published : Jun 30, 2020, 7:19 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଏବେ ରାଜ୍ୟରେ 18 ଟି ଜିଲ୍ଲାରେ 243 ଜଣ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି ।

ଗଜପତିରେ ସୁସ୍ଥ ସଂଖ୍ୟା 59 ରହିଥିବା ବେଳେ ଗଞ୍ଜାମରେ 41, ଖୋର୍ଦ୍ଧାରେ 3, କନ୍ଧମାଳରେ 17, ଝାରସୁଗୁଡାରେ 15, ସୁନ୍ଦରଗଡରେ 10, ଭଦ୍ରକ ଯାଜପୁର ଓ କେନ୍ଦ୍ରାପଡାରେ 8 ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋରାପୁଟରେ 7, ବରଗଡ ଓ ମୟୁରଭଞ୍ଜରେ 6 ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ଜଗତସିଂହପୁରରେ 5 ଜଣ ସୁସ୍ଥ ହୋଇଥିବା ବେଳେ କଟକ ମାଲକାନଗିରି ଓ ନବରଙ୍ଗପୁରରେ 4 ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରେ 2 ଜଣ ଓ କଳାହାଣ୍ଡିରେ ଜଣେ ସୁସ୍ଥ ହୋଇଥିବା ରିପୋର୍ଟ ଆସିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.