ETV Bharat / city

ରାଜଧାନୀରେ 215 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 2365କୁ ବୃଦ୍ଧି

author img

By

Published : Jul 28, 2020, 7:56 PM IST

ରାଜଧାନୀର ବସ୍ତି ଅଞ୍ଚଳରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଫଳରେ ଗୋଟିଏ ଦିନରେ ରାଜଧାନୀରେ 215 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 150 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 65 ଜଣ ସ୍ଥାନମୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡିଛି ।

corona update in bhubaneswar, corona situation in bhubaneswar, corona treatment in bhubaneswar, bhubaneswar latest news, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ କୋରୋନା ଚିକିତ୍ସା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ରାଜଧାନୀରେ 215 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 2365କୁ ବୃଦ୍ଧି

ଭୁବନେଶ୍ବର: ରାଜଧାନୀର ବସ୍ତି ଅଞ୍ଚଳରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଫଳରେ ଗୋଟିଏ ଦିନରେ ରାଜଧାନୀରେ 215 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 150 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 65 ଜଣ ସ୍ଥାନମୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡିଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ 130 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ରାଜଧାନୀରେ ସଙ୍ଗରୋଧ କେନ୍ଦ୍ରରୁ 150 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଆଇଗିଣିଆ ଆଳୁ ଗଦି ଅଞ୍ଚଳରୁ 10 ଜଣ, ୟୁନିଟ 9 ଅଞ୍ଚଳରୁ 11 ଜଣ, ଏକ ଘରୋଇ ହସ୍ପିଟାଲରୁ 11 ଜଣ କର୍ମଚାରୀ, ୟୁନିଟ 4 ଅଞ୍ଚଳର ଏମଏଲଏ କଲୋନୀରୁ 9 ଜଣ, ୟୁନିଟ 3ରୁ 4 ଜଣ, ବରମୁଣ୍ଡାରୁ 3 ଜଣ, ନୟାପଲ୍ଲୀ ଅଞ୍ଚଳର ଗଣପତି ନଗରରୁ 3 ଜଣ, ବିଶ୍ବେଶ୍ବରୀ ବସ୍ତିରୁ 5 ଜଣ, ଗ୍ୟାରେଜ ଛକରୁ 5 ଜଣ, ରସୁଲ ଗଡର ଜିଜିପି କଲୋନୀରୁ 6 ଜଣ, ସରକାରୀ ହସ୍ପିଟାଲର 2 ଜଣ କର୍ମଚାରୀ, ବଡଗଡରୁ 2 ଜଣ, ୟୁନିଟ 9 ଅଞ୍ଚଳରୁ 2 ଜଣ, ଲକ୍ଷ୍ମୀ ବିହାରରୁ 3 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳରୁ 2 ଜଣ, ୟୁନିଟ 4 ଅଞ୍ଚଳରୁ 3 ଜଣ, ସତ୍ୟନଗରରୁ 2 ଜଣ, ୟୁନିଟ 1 ମାର୍କେଟ ଅଞ୍ଚଳରୁ 2 ଜଣ, ବାପୁଜୀ ନଗର, ପାଣ୍ଡରା, ଗୌତମ ନଗର, ମୈତ୍ରୀ ବିହାର, ନୀଳୀଦ୍ରି ବିହାର, ମଞ୍ଚେଶ୍ବର ଆଦିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମାନ ଭାବେ ସ୍ଥାନୀୟ ଆକ୍ରମଣର ଶିକାର ହୋଇଥିବା 65 ଜଣଙ୍କ ମଧ୍ୟରୁ ଘରୋଇ ହସ୍ପିଟାଲର 6 କର୍ମଚାରୀ, ସାଲିଆ ସାହିରୁ 3 ଜଣ, ଇଡକୋ କଲୋନାରୁ 3 ଜଣ, ଖଣ୍ଡଗିରିରୁ 2 ଜଣ କଳିଙ୍ଗ ନଗରରୁ 2 ଜଣ, ପାଣ୍ଡବ ନଗରରୁ 2 ଜଣ ରହିଛନ୍ତି । ଏଥିସହ ଭୀମପୁର, ୟୁନିଟ 3, ନୟାପଲ୍ଲୀ, ପ୍ରଶାନ୍ତି ବିହାର, ଅଶୋକ ନଗର, ଶାନ୍ତି ବିହାର, ଭରତପୁର, ଭୋଇ ନଗର, ବରମୁଣ୍ଡା, ହଂସପାଳ, ୟୁନିଟ 1 ମାର୍କେଟ, ପୋଖରିପୁଟ, ସୋମପୁର ସରସ୍ବତୀ ବିହାର, ଲକ୍ଷ୍ମୀ ସାଗର, ବରମୁଣ୍ଡା, ଗୌତମ ନଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ।

ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ 130 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜଧାନୀରେ ମୋଟ ଆକ୍ରାନ୍ତ 2365ରେ ପହଞ୍ଚିଥିବା ବେଳେ 1141 ଜଣ ସୁସ୍ଥ ହୋଇଛନ୍ତି । ସେପଟେ 13 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1209ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.