ETV Bharat / city

ରାଜଧାନୀରେ ୮ ମାସରେ 21 କୋଟି ଫାଇନ ଆଦାୟ - 21 crore fines collected in bhubaneswar

2021 ଅଗଷ୍ଟ ଶେଷ ସୁଦ୍ଧା ବା ଗତ 8 ମାସ ଭିତରେ ରାଜଧାନୀରେ ଅମାନିଆଙ୍କଠୁ 21 କୋଟି 62 ଲକ୍ଷ 99 ହଜାର 100 ଟଙ୍କା ଫାଇନ ଆଦାୟ ହୋଇଛି । ଅଧିକ ପଢ଼ନ୍ତୁ...

ରାଜଧାନୀରେ ୮ ମାସରେ 21 କୋଟି ଫାଇନ ଆଦାୟ
ରାଜଧାନୀରେ ୮ ମାସରେ 21 କୋଟି ଫାଇନ ଆଦାୟ
author img

By

Published : Sep 6, 2021, 8:12 PM IST

ଭୁବନେଶ୍ବର: 2021 ଅଗଷ୍ଟ ଶେଷ ସୁଦ୍ଧା ବା ଗତ 8 ମାସ ଭିତରେ ଭୁବନେଶ୍ବରରେ ଅମାନିଆଙ୍କଠୁ 21 କୋଟି 62 ଲକ୍ଷ 99 ହଜାର 100 ଟଙ୍କା ଫାଇନ ଆଦାୟ ହୋଇଛି । କେବଳ ଟ୍ରାଫିକ ନିୟମ ଉଲଘଂନ କରି ଗତ 8 ମାସରେ 11 କୋଟି 83 ଲକ୍ଷ 65 ହଜାର 700 ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟଧାରୀଙ୍କ ଠାରୁ 9 କୋଟି 20 ଲକ୍ଷ 9 ହଜାର 3 ଶହ ଆଦାୟ ହୋଇଛି ।

ସେହିଭଳି ବିନା ସିଟ ବେଲ୍ଟ 56 ଲକ୍ଷ 6 ହଜାର 100 ଟଙ୍କା ଫାଇନ ଆଦାୟ କରାଯାଇଛି । ବିନା ମାସ୍କ ଧାରୀଙ୍କଠାରୁ 3 ଲକ୍ଷ 18 ହଜାର ଟଙ୍କା ଆଦାୟ କରାଯାଇଛି । ରାଜଧାନୀରେ ଅମାନିଆଙ୍କ ଠାରୁ କେତେ ଫାଇନ ଆଦାୟ ହୋଇଛି ବୋଲି ବିଧାନସଭା ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ । ଏହି ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଫାଇନ ଆଦାୟକୁ ନେଇ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.