ETV Bharat / city

ରାଜ୍ୟରେ ଦିନକରେ 206 ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ - corona update

24ଘଣ୍ଟା ରାଜ୍ୟରେ 206 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 206 ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

author img

By

Published : Jan 9, 2021, 2:22 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଗ୍ରାଫ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଆଜି ଦିନକରେ 206ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 119ଟି କେସ କ୍ବାରେଣ୍ଟାଇନରୁ ଆସିଥିବା ବେଳେ ଲୋକାଲ କେସ 87ଟି ରହିଛି । ଅନ୍ୟପଟେ 24 ଘଣ୍ଟାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମାଲକାନାଗିରିର 47 ବର୍ଷିୟ ମହିଳା, ଯିଏକି ଡାଇବେଟିସ ଓ ଆଜମା ରୋଗରେ ମଧ୍ୟ ପୀଡିତ ଥିଲେ ।

ତେବେ ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 27, ବାଲେଶ୍ବରରୁ 2, ବରଗଡରୁ 16, ଭଦ୍ରକରୁ 2, ବଲାଙ୍ଗୀରରୁ 26, ବୌଦ୍ଧରୁ 2, କଟକରୁ 6 ,ଦେଓଗଡରୁ 1, ଢେଙ୍କାନାଳରୁ 1, ଗଜପତିରୁ 5, ଗଞ୍ଜାମରୁ 3, ଯାଜପୁରରୁ 10, ଝାରସୁଗୁଡାରୁ 9, କେନ୍ଦ୍ରାପଡାରୁ 4, କେନ୍ଦୁଝରରୁ 7, ଖୋର୍ଦ୍ଧାରୁ 18, ମୟୂରଭଞ୍ଜରୁ 8, ନୂଆପଡାରୁ 6, ପୁରୀରୁ 4, ରାୟଗଡାରୁ ଜଣେ , ସମ୍ବଲପୁରରୁ 16, ସୋନପୁରରୁ 3, ସୁନ୍ଦରଗଡରୁ 26 ଜଣ ଓ ଷ୍ଟେଟ ପୁଲରୁ 3ଜଣ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 31 ହଜାର 602ରେ ପହଞ୍ଚିଛି । ଅନ୍ୟପକ୍ଷେ ସର୍ବମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 3 ଲକ୍ଷ 27 ହଜାର 534ଜଣ । ଏଥିସହ ବର୍ତ୍ତମାନ ସକ୍ରିୟ ମାମଲା 2 ହଜାର 124ଟି ରହିଛି । ତେବେ ରାଜ୍ୟରେ ମୋଟ କୋରୋନା ପରୀକ୍ଷଣ 71,40,339 କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.