ETV Bharat / city

ବଢୁଛି ଶିଶୁ ସଂକ୍ରମଣ, କୋରୋନାରେ ୨ ମାସର ଶିଶୁକନ୍ୟା ମୃତ - କୋରୋନା ସଂକ୍ରମିତ ଶିଶୁ ମୃତ୍ୟୁ

ତୃତୀୟ ଲହର ନ ଆସୁଣୁ ରାଜ୍ୟରେ ଚିନ୍ତା ବଢାଇଲାଣି ଶିଶୁ ସଂକ୍ରମଣ । କୋରୋନାରେ ପୁଣି ଆଖି ବୁଜିଲା ଜଣେ ଦୁଇ ମାସର ଶିଶୁ । ଅଧିକ ପଢନ୍ତୁ...

ବଢୁଛି ଶିଶୁ ସଂକ୍ରମଣ, କୋରୋନାରେ ୨ ମାସର ଶିଶୁକନ୍ୟା ମୃତ

author img

By

Published : Aug 31, 2021, 5:55 PM IST

ଭୁବନେଶ୍ବର: ରାଜ୍ୟରେ ଉଗ୍ର ରୂପ ନେଉଛି ଶିଶୁ ସଂକ୍ରମଣ । ଗତ କିଛି ଦିନ ମଧ୍ୟରେ ଅନେକ ଶିଶୁଙ୍କ ମୁଣ୍ଡ ନେଲାଣି ମହାମାରୀ । ଆଜି ମଧ୍ୟ ରାଜ୍ୟରେ ଆଉ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଶିଶୁକନ୍ୟାଟି ମାତ୍ର ୨ ମାସର ହୋଇଥିବାବେଳେ ତା'ର ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଜଣାପଡିଛି । ଶିଶୁଟିର ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଗତ ୧୬ ଦିନରେ ମୋଟ ୩୯ ଜଣ ଶିଶୁ କୋରୋନାରେ ପ୍ରାଣ ହରାଇଥିବା ବେଳେ ୧,୯୨୭ ସଂକ୍ରମିତ ହୋଇଛନ୍ତି ।

ବଢୁଛି ଶିଶୁ ସଂକ୍ରମଣ, କୋରୋନାରେ ୨ ମାସର ଶିଶୁକନ୍ୟା ମୃତ

ସମ୍ଭାବ୍ୟ ତୃତୀୟ ଲହରର ଭୟବହାତା ନେଇ ଏକ ପ୍ରକାର କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଅନ୍ୟପଟେ ତୃତୀୟ ଲହର ନ ଆସୁଣୁ ଓଡିଶାରେ ଏତେ ସଂଖ୍ୟକ ଶିଶୁମୃତ୍ୟୁ ଚିନ୍ତା ବଢାଇଛି । ରାଜ୍ୟରେ ଦୈନିକ ସଂକ୍ରମଣ ତଳମୁହାଁ ହୋଇଥିବାବେଳେ ଶିଶୁ ସଂକ୍ରମଣ ବଢିବାରେ ଲାଗିଛି । ସେହିପରି କୋଭିଡ ମୃତ୍ୟୁ ମଧ୍ୟ ବେଲଗାମ୍ ରହିଛି । ଆଜି ମୋଟ ୬୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ମାସର ଶିଶୁକନ୍ୟା ରହିଛି । ଏଥିସହ ଆଜି ମୋଟ ୧୧୦ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ୦ ରୁ ୧୮ ବର୍ଷ ମଧ୍ୟରେ ଏବେ ସୁଦ୍ଧା ୩୯ ଜଣ ଶିଶୁ ପ୍ରାଣ ହରାଇଛନ୍ତି । କୋଭିଡ ଆରମ୍ଭରୁ ଏଯାବତ୍ ୮୪ ହଜାର ୬୫୮ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଗତ ୧୬ ଦିନର ତଥ୍ୟକୁ ବିଚାର କଲେ ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ ଶିଶୁ କୋରୋନା ସଂକ୍ରମିତ ହୋଇଥିବାବେଳେ ଅଗଷ୍ଟ ୧୬ ତାରିଖରେ ୧୦୪, ଅଗଷ୍ଟ ୧୭ରେ ୯୬, ୧୮ ତାରିଖରେ ୧୩୮, ୧୯ ତାରିଖରେ ୧୨୮, ଅଗଷ୍ଟ ୨୦ରେ ୧୨୮, ଅଗଷ୍ଟ 21ରେ 116, ଅଗଷ୍ଟ 22ରେ 100, 23 ତାରିଖରେ 101 ଜଣ, 24 ତାରିଖରେ 80, 25 ଅଗଷ୍ଟରେ 131, ଅଗଷ୍ଟ 26 ତାରିଖରେ 130, ଅଗଷ୍ଟ 27 ତାରିଖରେ 106, ଅଗଷ୍ଟ 28 ତାରିଖରେ 105, ଅଗଷ୍ଟ 29 ତାରିଖରେ 119, ଅଗଷ୍ଟ 30 ତାରିଖରେ 97 ଓ ଅଗଷ୍ଟ 31 ତାରିଖରେ 110 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାତ୍ର ଏହି ସମୟ ମଧ୍ୟରେ 0 ରୁ 18 ବର୍ଷ ମଧ୍ୟରେ ମୋଟ 1,927 କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କରିଛନ୍ତି ଯେ, ପୂର୍ବରୁ ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମଣ ରହିଥିଲା । ଦ୍ବିତୀୟ ଲହରରେ ଅର୍ଥାତ୍ ଜୁଲାଇ ପର୍ଯ୍ୟନ୍ତ ୧୦ ପ୍ରତିଶତ ଶିଶୁ ଆକ୍ରାନ୍ତ ହେଲେ । କିନ୍ତୁ ଅଗଷ୍ଟ ଶେଷ ସୁଦ୍ଧା ଶିଶୁ ସଂକ୍ରମଣ କିଛି ମାତ୍ରାରେ ବୃଦ୍ଧି ପାଇଛି । ଯେହେତୁ ତୃତୀୟ ଲହରରେ ଶିଶୁ ସଂକ୍ରମଣ ଅଧିକ ରହିବ, ସେହି ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୮୫ ପ୍ରତିଶତ ପିଲା ଲକ୍ଷଣ ବିହୀନ ରହୁଛନ୍ତି ଏବଂ ମାତ୍ର ୫ ପ୍ରତିଶତ ପିଲା ହସ୍ପିଟାଲରେ ଆଡମିଟ୍ ହୋଇପାରନ୍ତି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.