ETV Bharat / city

ବିଧାନସଭାରେ ପାରିତ ହୋଇଛି 2 ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ

author img

By

Published : Jul 30, 2022, 9:36 PM IST

ବିଧାନସଭାରେ ପାରିତ ହୋଇଛି 2022/23 ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ । ଚଳିତ ଆର୍ଥିକ ବର୍ଷ ପାଇଁ 2 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବଜେଟ ଅଧିବେଶନର ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ । ବିଲ ପାରିତ ହେବା ପରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିପାରିବେ । ଅଧିକ ପଢନ୍ତୁ

ବିଧାନସଭାରେ ପାରିତ ହୋଇଛି 2 ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ
ବିଧାନସଭାରେ ପାରିତ ହୋଇଛି 2 ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ

ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଛି 2022/23 ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ । ଚଳିତ ଆର୍ଥିକ ବର୍ଷ ପାଇଁ 2 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବଜେଟ ଅଧିବେଶନର ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ । ବିଲ ପାରିତ ହେବା ପରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିପାରିବେ ।

ବିଧାନସଭାରେ ଆଜି ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ । 2022- 23 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଛି । ପ୍ରଶାସନିକ ବ୍ୟୟ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଏହି ଅର୍ଥ ବିନିଯୋଗ ହେବ । ଜୁଲାଇ 2 ତାରିଖରେ ଏହି ପୂର୍ଣ୍ଣାଙ୍ଗ ବିଜେଟ ଆଗତ ହୋଇଥିଲା । ପ୍ରଶାସନିକ ବ୍ୟୟ ବାବଦକୁ 74 ହଜାର 261 କୋଟି ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 1 ଲକ୍ଷ କୋଟି ଟଙ୍କା ରହିଛି ।

ଚଳିତ ବର୍ଷ ରାଜସ୍ୱ ପ୍ରାପ୍ତିରୁ 1 ଲକ୍ଷ 63 ହଜାର 967 କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଛି । ଋଣ ଓ ଅନ୍ୟାନ୍ୟ ବାବଦକୁ 3633 କୋଟି, କେନ୍ଦ୍ରୀୟ ଟିକସରୁ 36,978 କୋଟି, ରାଜ୍ୟର ନିଜସ୍ୱ ଟିକସରୁ 46 ହଜାର କୋଟି ଓ ନଜସ୍ବ ଅଣ ଟିକସ ବାବଦକୁ 48,200 କୋଟି ଟଙ୍କା ରହିଛି । କେନ୍ଦ୍ରୀୟ ଅନୁଦାନ ବାବଦକୁ 32,789 କୋଟି ଟଙ୍କା ଆକଳନ କରାଯାଇଛି । ରାଜ୍ୟର ଅଭିବୃଦ୍ଧି ହାର ବଢି ଚାଲିଥିବାବେଳେ ଚଳିତ ବର୍ଷ ଅଭିବୃଦ୍ଧି ହାର 8.5 ପ୍ରତିଶତକୁ ବୃଦ୍ଧି ହେବାର ଲକ୍ଷ୍ୟ ରଖାଯାଇଛି । ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.