ETV Bharat / city

ରାଜ୍ୟସ୍ତରୀୟ କୁମାର ଉତ୍ସବରେ ଡ଼ଃ ଅରୁନ୍ଧତୀ ଦେବୀଙ୍କୁ କୁମାରଶ୍ରୀ ସମ୍ମାନ - ରାଜ୍ୟସ୍ତରୀୟ କୁମାର ଉତ୍ସବ

ଜୟଦେବ ଭବନରେ 19ତମ ରାଜ୍ୟସ୍ଥରୀୟ କୁମାର ଉତ୍ସବ ପାଳିତ ହୋଇଛି । ଡ଼ଃ ଅରୁନ୍ଧତୀ ଦେବୀଙ୍କୁ 2019 ମସିହା ପାଇଁ କୁମାର ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Oct 14, 2019, 4:18 AM IST

ଭୁବନେଶ୍ବର: ଜୟଦେବ ଭବନରେ 19ତମ ରାଜ୍ୟସ୍ଥରୀୟ କୁମାର ଉତ୍ସବ ପାଳିତ ହୋଇଛି । ଯୁବ ପ୍ରେରଣାର ପର୍ବ ଭାବେ ୟୁଥ ସଙ୍ଗଠନ ପକ୍ଷରୁ କୁମାର ଉତ୍ସବ ପାଳନ କରାଯାଉଛି ।
ଏହି ଅବସରରେ ଡ଼ଃ ଅରୁନ୍ଧତୀ ଦେବୀଙ୍କୁ 2019 ମସିହା ପାଇଁ କୁମାର ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
ବିଗତ 18 ବର୍ଷ ଧରିପ୍ରତିବର୍ଷ ସମାଜର ଉନ୍ନତି ସାଧନ ନିମିତ୍ତ କାର୍ଯ୍ୟ କରୁଥିବା ଜଣେ ଅବିବାହିତ ବ୍ୟକ୍ତିଙ୍କୁ ଏହି ସମ୍ମାନ ସଙ୍ଗଠନ ପ୍ରଦାନ କରୁଛି । ତେବେ ଚଳିତବର୍ଷ ସାରା ବିଶ୍ବରେ ଉତ୍ତମ ସମାଜ ଗଠନ ସହିତ ଶିଶୁଙ୍କୁ ସଫଳ ଦିଗଦର୍ଶନ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ଥିବା ଡ଼ଃ ଅରୁନ୍ଧତୀ ଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ । ଏଥିସହିତ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଅଭିନେତା ଶ୍ରୀ ସୋମେଶ ମହାନ୍ତି, ଅଭିନେତ୍ରୀ ଗାର୍ଗୀ ମହାନ୍ତି, ସମାଜସେବୀ ସଦାଶିବ ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ୟୁଥ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି ।

କୁମାର ଉତ୍ସବ ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ନିଆରା ପ୍ରତିଛବି । ଯୁବକ ଓ ଯୁବତୀଙ୍କ ସମାଜ ପ୍ରତି ଥିବା କର୍ତ୍ତବ୍ୟ ଓ କୁମାର ଉତ୍ସବର ମହତ୍ବ ସମ୍ପର୍କରେ ଆଲୋଚନା ହୋଇଥିଲା । ଯୁବସମାଜ ସମାଜ ପରିବର୍ତ୍ତନ ପାଇଁ ଆଗକୁ ଆସିବାକୁ ମନ୍ତ୍ରୀ ଆହ୍ବାନ କରିଥିଲେ ।

ଆମର ପ୍ରଥା ଓ ପରମ୍ପରା ସହିତ ବୈଜ୍ଞାନିକ ସମ୍ମତ ଯୁକ୍ତି ରହିଛି । ଏହା ଆମ ମାନଙ୍କ ହିତ ପାଇଁ ଉର୍ଦ୍ଦିଷ୍ଟ ବୋଲି ସଙ୍ଗଠନର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ କହିଛନ୍ତି । ପୁରସ୍କାର ବିତରଣ ପରେ କୁମାର ପୂର୍ଣ୍ଣିମା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ଦର୍ଶକମାନେ ଉପଭୋଗ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଡ଼ଃ ଅରୁନ୍ଧତୀ ଦେବୀଙ୍କୁ 2019 ମସିହା ପାଇଁ କୁମାର ଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଛି।ବିଗତ 18 ବର୍ଷ ଧରି ଯୁବ ପ୍ରେରଣାର ପର୍ବ ଭାବେ କୁମାର ପୁର୍ଣିମାଙ୍କୁ ୟୁଥ ସଂଗଠନ ପକ୍ଷରୁ ପାଳନକରାଯାଉଛି।ପ୍ରତିବର୍ଷ ସମାଜର ଉନ୍ନତି ସାଧନ ନିମିତ୍ତ କାର୍ଯ୍ୟ କରୁଥିବା ଜଣେ ଅବିବାହିତ ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଉଥିବା ବେଳେ ଚଳିତବର୍ଷ ସାରା ବିଶ୍ୱରେ ଶୋଭନୀୟ ସମାଜ ଗଠନ ସହିତ ଶିଶୁମାନଙ୍କୁ ଉତ୍ତମ ଦିଗଦର୍ଶନ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ଥିବା ଡ଼ଃ ଅରୁନ୍ଧତୀ ଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Body:ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା,ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି।ଏହା ସହିତ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ,ଅଭିନେତା ଶ୍ରୀ ସୋମେଶ ମହାନ୍ତି,ଅଭିନେତ୍ରୀ ଗାର୍ଗୀ ମହାନ୍ତି,ସମାଜସେବୀ ସଦାଶିବ ଜେନା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ୟୁଥ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଛି।ଏହି ଅବସରରେ ଶ୍ରୀ ପଣ୍ଡା ଆଜିକା ସମୀରେ ଯୁବକ ଓ ଯୁବତୀଙ୍କ ସମାଜ ପ୍ରତି ଥିବା କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହିତ କୁମାର ଉତ୍ସବର ମହତ୍ୱ ସମ୍ପର୍କରେ କହିଥିଲେ।ତେଣୁ ଯୁବସମାଜ ସମାଜ ପରିବର୍ତ୍ତନ ପାଇଁ ଆଗକୁ ଆସିବାକୁ ସେ କହିଛନ୍ତି।
ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ବିଗତ 18 ବର୍ଷ ଧରି କରାଯାଉଥିବା କହିଛନ୍ତି ଏହାର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ।ଆମର ପ୍ରଥା ଓ ପରମ୍ପରା ସହିତ ବୈଜ୍ଞାନିକ ସମ୍ମତ ଯୁକ୍ତି ରହିଥିବାରୁ ଏହା ଆମ ମାନଙ୍କ ହିତ ପାଇଁ ଉଦିଷ୍ଟ ବୋଲି ସେ କହିଛନ୍ତି।ଏହି ଅବସରରେ ପୁରସ୍କାର ବିତରଣ ପରେ ପରେ କୁମାର ପୂର୍ଣ୍ଣିମା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଯାହାକୁ ଦର୍ଶକମାନେ ଉପଭୋଗ କରିଥିଲେ।
ବାଇଟ-ସଂଗ୍ରାମ କେଶରୀ ପାଇକରାୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.