ଭୁବନେଶ୍ବର: କ୍ରୀଡ଼ାଜଗତ ପାଇଁ ପୁଣି ଏକ ଦୁଃଖ ଖବର । କୋରୋନାରେ ଆଖିବୁଜିଲେ ପୁଣି ଜଣେ କ୍ରୀଡ଼ାବିତ । ପୂର୍ବତନ ଭାରତୀୟ ହକି ଖେଳାଳି ତଥା 1980 ମସ୍କୋ ଅଲମ୍ପିକରେ ଗୋଲ୍ଡ ମେଡାଲ ବିଜେତା ରବୀନ୍ଦର ପାଲ ସିଂଙ୍କ କୋରୋନାରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ସେ କୋରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ 24 ତାରିଖରେ ଲକ୍ଷ୍ନୌ ସ୍ଥିତ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁଇଟି ଅଲମ୍ପିକ୍ସ ବ୍ୟତୀତ ସିଂ କରାଚିରେ ଚାମ୍ପିଅନ୍ସ ଟ୍ରଫି (1980, 1983), 1983 ରେ ହଂକଂରେ ସିଲଭର ଜୁବୁଲି 10-ନେସନ କପ୍, ମୁମ୍ବାଇରେ 1982 ବିଶ୍ୱକପ୍ ଏବଂ କରାଚିରେ 1982 ଏସିଆ କପରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ